ବିବାହ କରିବେ ଅର୍ଜୁନ କପୁର ଏବଂ ମଲାଇକା ଅରୋରା । ଦୀର୍ଘ ଦିନ ଧରି ଉଭୟଙ୍କ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ଶୁଣିବାକୁ ମିଳୁଥିଲା । ଏବେ ଏହି ଚର୍ଚ୍ଚାରେ ଏକ ପ୍ରକାର ପୂର୍ଣ୍ଣଚ୍ଛେଦ ପଡିଛି । କାରଣ ଶୁଣିବାକୁ ମିଳୁଛି ଚଳିତ ବର୍ଷ ଏପ୍ରିଲ୍ ମାସରେ ଉଭୟ କରିପାରନ୍ତି ବିବାହ । ଆଉ ଏହି କଥାକୁ ସ୍ପଷ୍ଟ କରିଛି ଅର୍ଜୁନ୍ ସେୟାର୍ କରିଥିବା ଏକ ଫଟୋ । ଏହି ଫଟୋରେ ଫେମସ୍ ଫ୍ୟାସନ୍ ଡିଜାଇନର ମନିଷ ମଲହୋତ୍ରାଙ୍କ ଦ୍ବାରା ତିଆରି ସେରୱାନୀ ପିନ୍ଧିଥିବାର ନଜର ଆସିଛନ୍ତି ଅର୍ଜୁନ୍ । ଆଉ ଯାହାର କ୍ୟାପସନ୍ ବହୁତ କିଛି ଇଶାରା କରୁଛି । ଇନଷ୍ଟାଗ୍ରାମରେ ଏହି ଫଟୋ ସେୟାର୍ କରି ଅର୍ଜୁନ୍ ଲେଖିଛନ୍ତି ସିମ୍ପଲ୍ ଏବଂ କ୍ଲାସି ରଖିଥିବାରୁ ଧନ୍ୟବାଦ ମନିଷ । କଳାରଙ୍ଗର ସେରୱାନୀ ସହ କଳାରଙ୍ଗର ଟୋପି ପିନ୍ଧି ଫଟୋ ସେୟାର୍ କରିଛନ୍ତି ଅର୍ଜୁନ୍ । ତେବେ ଅର୍ଜୁନ୍ ଏହି ଫଟୋ ସେତେବେଳେ ସେୟାର୍ କରିଥିଲେ ଯେତେବେଳେ ଉଭୟଙ୍କ ବିବାହ ଏପ୍ରିଲ୍ ମାସରେ ହେବ ବୋଲି ଖବର ଆସିଥିଲା । ଆଉ ଖବର ପରେ ପରେ ଅର୍ଜୁନଙ୍କ ଏହି ଫଟୋ କିଛି ତ ଇଶାରା କରୁଛି ।