Odia News Portal

୨୦୧୯ ନିର୍ବାଚନ ଲଢିବେ ନାହିଁ ଢେଙ୍କାନାଳର ଵିଜେଡି ସାଂସଦ !

ଭୁବନେଶ୍ୱର : ଆସନ୍ତା ସାଧାରଣ ନିର୍ବାଚନ ଲଢିବେ ନାହିଁ ଢେଙ୍କାନାଳ ବିଜୁ ଜନତା ଦଳର ସାଂସଦ ତଥାଗତ ଶତପଥୀ । ଏନେଇ ସେ ଅତିଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରିବେ ବୋଲି କହିଛନ୍ତି । ସାଂସଦଙ୍କର ନିକଟତମ ମହଲରୁ ଏହି ଖବର ମିଳିଛି  ।

ମିଳିଥିବା ଖବର ଅନୁସାରେ, ତଥାଗତ ଆସନ୍ତା ୨୦୧୯ ଲୋକସଭା ନିର୍ବାଚନ ଲଢିବାକୁ ଚାହୁଁନାହାନ୍ତି । ସେ ସାମ୍ବାଦିକତାକୁ ଅଧିକ ଗୁରୁତ୍ୱ ଦେବେ ବୋଲି ଶୁଣିବାକୁ ମିଳୁଛି । କାରଣ ସେ ଏକ ଦୈନିକ ଖବର କାଗଜର ସମ୍ପାଦନା ଦାୟିତ୍ୱରେ ଅଛନ୍ତି । ନିର୍ବାଚନ ନ ଲଢିବା ନେଇ ସେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଅବଗତ କରିବେ ବୋଲି ସୂଚନା ମଳିଛି ।

ସୂଚନାଯୋଗ୍ୟ କି, ବିଜେଡି ନେତା ତଥାଗତ ବର୍ତମାନ ଢେଙ୍କାନାଳ ଲୋକସଭା ଆସନରୁ ସାଂସଦ ଅଛନ୍ତି ।