ମାର୍ଚ୍ଚ ୨୯ ତାରିଖରେ ରିଲିଜ ହେବାକୁ ଥିବା ଫିଲ୍ମ ନୋଟବୁକର ମେ ତାରେ ଗୀତକୁ ରି-ରେକର୍ଡ କରାଯିବ। କାରଣ ପାକିସ୍ତାନୀ ଗାୟକଙ୍କୁ ବ୍ୟାନ କରିବା ପରେ ଏବେ ଗାୟକ ଆତିଫ ଅସଲମଙ୍କୁ ସ୍ଥାନରେ ଅଭିନେତା ସଲମାନ ନିଜେ ତାଙ୍କ ଫିଲ୍ମର ଗୀତ ଗାଇବେ। ଗୀତର ବୋଲ “ମେ ତାରେ” ଗୀତ।
ଅଭିନେତା ପ୍ରନୂତନ ବହଲ ଏବଂ ଅଭିନେତ୍ରୀ ଜାହିର ଇକବାଲ ନୋଟବୁକ ଫିଲ୍ମ ଜରିଆରେ ଡେବ୍ୟୁ କରିବାକୁ ଯାଉଛନ୍ତି। ମେ ତାରେ ଗୀତଟି ପୂର୍ବରୁ ଆତିଫ ଅସଲାମଙ୍କ କଣ୍ଠରେ ଥରେ ରେକର୍ଡ ହୋଇସାରିଛି କିନ୍ତୁ ଏବେ ଏହାକୁ ଆଉଥରେ ରିରେକର୍ଡ କରାଯିବ। ଭାରତ ପାକିସ୍ତାନ ଭିତରେ ଚାଲିଥିବା ଉଷ୍ମ ପରିସ୍ଥିତିକୁ ନଜରରେ ରଖି ଏଭଳି ନିଷ୍ପତି ନିଆଯାଇଛି ।ସର୍ବ ଭାରତୀୟ ଚଳଚ୍ଚିତ୍ର କର୍ମଚାରୀ ଆସୋସିଏସନ ଭାରତ ରେ ପାକିସ୍ତାନୀ କଳାକାରଙ୍କୁ ସମ୍ପୂର୍ଣ୍ଣ ବ୍ୟାନ କରିଛନ୍ତି। ଏଣୁ ବହୁ ଦିନ ଧରି ଆତିଫ ଅସଲାମଙ୍କ ବିକଳ୍ପ ଖୋଜାଯାଉଥିଲା। ଅନେକ କଣ୍ଠଶିଳ୍ପୀ ଙ୍କ ନାଁ ସାମ୍ନାକୁ ଆସିଲା ଅନେକଙ୍କୁ ବିଚାରକୁ ନିଆଗଲା କିନ୍ତୁ ପରଫେକ୍ଟ ଭଏସ ମିଳିପାରିଲା ନାହିଁ। ଏହାପରେ ମେକର୍ସ ସଲମାନ ହିଁ ଏହି ଗୀତ ଗାଇବାକୁ ଠିକ ରହିବେ ବୋଲି ନିଷ୍କର୍ଷ ବାହାର କଲେ।
କହିରଖୁଛୁ ସଲମାନ ନୋଟବୁକ ର ପ୍ରଯୋଜନା କରୁଛନ୍ତି। ଏହା ପୂର୍ବରୁ ସଲମାନ ଫିଲ୍ମ ହିରୋ ରେ “ମେ ହୁଁ ହିରୋ ତେରା” ଗାଇସାରିଛନ୍ତି। ତେବେ ଏହି ଗୀତ ଗାଇବାପାଇଁ ସଲମାନ ଙ୍କୁ ବହୁତ ମାନେଇବାକୁ ପଡିଲା ବହୁ କଷ୍ଟରେ ସେ ଗୀତ ଗାଇବାକୁ ରାଜି ହେଲେ।