Odia News Portal

ଦ୍ଵିତୀୟ ଦିନିକିଆରେ ଅଷ୍ଟ୍ରେଲିଆକୁ ୮ ରନରେ ମାତ୍ ଦେଲା ଭାରତ

ନୂଆଦିଲ୍ଲୀ, ନାଗପୁରର ବିଦର୍ଭ କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ରୋମାଞ୍ଚକର ଦ୍ଵିତୀୟ ଦିନିକିଆ ମୁକାବିଲାରେ ଭାରତ ଅଷ୍ଟ୍ରେଲିଆକୁ ୮ ରନରେ ପରାସ୍ତ କରିଛି। ପ୍ରଥମେ ବିରାଟ କୋହଲିଙ୍କ ଶତକ ଏବଂ ପରେ ବୋଲରଙ୍କ ଶାଣିତ ବୋଲିଂ ବଳରେ ଭାରତ ଏହି ମ୍ୟାଚକୁ ନିଜ ନାମରେ କରିବାରେ ସଫଳ ହୋଇଛି। ଏହି ବିଜୟ ସହିତ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ରହିଛି। କୋହଲିଙ୍କ ୧୧୬ ରନ ବଳରେ ଭାରତ ଦ୍ଵାରା ଧାର‌୍ୟ୍ୟ ୨୫୧ରନର ବିଜୟ ଲକ୍ଷ୍ୟକୁ ପିଛା କରି  ଅଷ୍ଟ୍ରେଲିଆ ୪୯.୩ ଓଭରରେ ୨୪୨ ରନରେ ଅଲଆଉଟ୍ ହୋଇଛି। ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୩ ଓ୍ଵିକେଟ୍ ନେଇ ବିଜୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି।