ଆଜି ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ବଲାଙ୍ଗିର ଗସ୍ତ , ମିଶନ ଶକ୍ତି ମହିଳା ସମ୍ମିଳନୀରେ ଯୋଗଦେବେ
ବଲାଙ୍ଗୀର : ଆଜି ଦିନିକିଆ ବଲାଙ୍ଗିର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମିଶନ ଶକ୍ତି ମହିଳା ସମ୍ମିଳନୀରେ ଯୋଗଦେଇ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ । ସୋନପୁର ଓ ବଲାଙ୍ଗୀର ଅଞ୍ଚଳର ୭୦ ହଜାରରୁ ଉର୍ଦ୍ଧ୍ବ ମହିଳା ଏହି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି । ଏଥିପାଇଁ ପଥର ଚେପାରେ ଭବ୍ୟ ଆୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ବଲାଙ୍ଗୀରରେ ଦିନ ୧୧.୪୫ ରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ସେପଟେ ପୋଲିସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।