କେନ୍ଦ୍ରାପଡ଼ା : ନବୀନଙ୍କ ଫୋକସରେ କେନ୍ଦ୍ରାପଡା । ରାଜ୍ୟ ରାଜନୀତିରେ କେନ୍ଦ୍ରାପଡାର ଗୁରୁତ୍ୱ ରହି ଆସିଥିବାବେଳେ ଏବେ ନିର୍ବାଚନ ପୂର୍ବରୁ ୩ ଦଳର ଫୋକସରେ ରହିଛି ଏହି ଜିଲ୍ଲା । ତେବେ କେନ୍ଦ୍ରାପଡା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଶାସକ ବିଜେଡି । ଆଉ ଖାସ୍ ଏଥିପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେନ୍ଦ୍ରାପଡାକୁ ମାରାଥନ ଗସ୍ତ କରିବାକୁ ମନ ବଳାଇଛନ୍ତି । ଗତ ୧୫ ତାରିଖରେ ନବୀନ କେନ୍ଦ୍ରାପଡାରେ କାଳିଅ । ସମାବେଶରେ ଯୋଗ ଦେବା ସହ ଜିଲ୍ଳାବାସୀଙ୍କୁ ବିଭିନ୍ନ ପ୍ରକଳ୍ପ ଭେଟି ଦେଇଥିଲେ । ତେବେ ଏହାର ଦିନ କେଇଟା ନ ବିତୁଣୁ ଆଗାମୀ ୧୦ ତାରିଖରେ ପୁଣି ଥରେ ନବୀନ କେନ୍ଦ୍ରାପଡା ଗସ୍ତ କରିବେ ବୋଲି ଜଣାପଡିଛି । ପୂର୍ବ ଗସ୍ତ ସମୟରେ ·ଷୀଙ୍କୁ ଖୁସି କରିଥିବା ନବୀନ ଚଳିତଥର ମିଶନ ଶକ୍ତି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛନ୍ତି ।
ନିର୍ବାଚନ ପୂର୍ବରୁ ସରକାରୀ ସମାବେଶ ପାଇଁ ନବୀନ ରାଜ୍ୟର ସମସ୍ତ ଜିଲ୍ଲାକୁ ପ୍ରାୟ ଥରେ ଲେଖାଏଁ ଗସ୍ତ କରୁଥିବା ବେଳେ କେନ୍ଦ୍ରାପଡାକୁ ଦୁଇଥର ଗସ୍ତ କରିବାକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି ରାଜନୈତିକ ସମୀକ୍ଷକ । ଗୋଟିଏ ମାସ ମଧ୍ୟରେ ନବୀନ ଦୁଇଥର କେନ୍ଦ୍ରାପଡା ଗସ୍ତରେ ଅ ।ସୁଥିବା ବେଳେ ଏହା ଭିନ୍ନ ସଂକେତ ଦେଉଛି । ଚର୍ଚ୍ଚା ହେଉଛି, ଉଭୟ କାଳିଆ ଓ ମିଶନ ଶକ୍ତି ମାଧ୍ୟମରେ ·ଷୀ ଓ ମହିଳାଙ୍କ ଭୋଟବ୍ୟାଙ୍କ ଉପରେ ବିଜେଡି ନଜର ପକାଇଛି । ଏହାଛଡା ବୈଜୟନ୍ତ ବିଜେପିରେ ଯୋଗ ଦେବା ପରେ କେନ୍ଦ୍ରାପଡା ଆସନ ବିଜେଡି ପାଇଁ ସମ୍ମାନର ଲଢେଇ ଭାବେ ଉଭା ହୋଇଛି । ତେଣୁ ଏହି କେନ୍ଦ୍ରାପଡାରେ ବିଜୟ ବାନା ଉଡାଇବାକୁ ଜୋର ଲଗାଇଛି ବିଜେଡି ।
କାରଣ ପୂର୍ବରୁ ଅଣକଂଗ୍ରେସ ଓ ଅଣବିଜେପି ଗଡର ଟ୍ୟାଗ୍ ହାସଲ କରିଥିବା କେନ୍ଦ୍ରାପଡାକୁ ଦୀର୍ଘ ୧୯ ବର୍ଷ ଧରି ବିଜେଡି ଅକ୍ତିଅ ।ର କରି ରଖି ଅ ।ସିଛି । ତେବେ ଗତ ଏକ ଦଶନ୍ଧି ଧରି ବିଜେଡିର ସିପାହୀ ହୋଇ ଗଡ ସମ୍ଭାଳିଥିବା ବୈଜୟନ୍ତ ନିର୍ବାଚନ ପୂର୍ବରୁ ବିଜେପି ଶିବିରରେ ଏଣ୍ଟ୍ରି ମାରିଛନ୍ତି । ତେଣୁ ଆଗାମୀ ନିର୍ବାଚନରେ କେନ୍ଦ୍ରାପଡା ଗଡକୁ ରକ୍ଷା କରିବା ବିଜେଡି ପାଇଁ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ଖାସକରି ନବୀନ ବ୍ରାଣ୍ଡ ଓ ବିଜୁ ବାବୁଙ୍କ ନାଁରେ ଥିବା ଭୋଟ ଯେପରି ଅନ୍ୟ ଶିବିରକୁ ନ ଯାଏ ସେଥିପାଇଁ ସ୍ୱତନ୍ତ୍ର ରଣନୀତି କରିଛି ବିଜେଡି । ଯାହାର ଝଲକ ନବୀନଙ୍କ କେନ୍ଦ୍ରାପଡା ଗସ୍ତ ସଂକେତ ଦେଉଛି ।
ନିର୍ବାଚନ ପୂର୍ବରୁ ନବୀନଙ୍କ ଲଗାତାର କେନ୍ଦ୍ରାପଡା ଗସ୍ତ ବିରୋଧୀ ଶିବିରକୁ ଅସ୍ତବ୍ୟସ୍ତ କରିଥିବା ବେଳେ ଦଳୀୟ କର୍ମୀଙ୍କ ମଧ୍ୟରେ ଜୋସ ଭରିଛି । ତେବେ ନବୀନଙ୍କ ଅ ।ସନ୍ତା ୧୦ ତାରିଖ ଗସ୍ତ ପୂର୍ବ ଗସ୍ତ ଅପେକ୍ଷା ଅଧିକ ଗୁରୁତ୍ୱôପୂର୍ଣ୍ଣ ମନେହେଉଛି । କାରଣ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଜିଲ୍ଲାବାସୀଙ୍କୁ ଖୁସି କରିବାକୁ ବଡ ପ୍ୟାକେଜର ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ । ଯାହାଦ୍ୱାରା ·ଷୀ, ମହିଳାଙ୍କ ସମେତ ପୂରା ଜିଲ୍ଲାରେ ବିଜେଡି ନିଜର ଭୋଟବ୍ୟାଙ୍କକୁ ସୁରକ୍ଷିତ ରଖିପାରିବ ।