Odia News Portal

ଭିସା ନଥିଲେ ମଧ୍ୟ ଏହି ୧୦ଟି ଦେଶରେ ଆପଣ କରିପାରିବେ ପ୍ରବେଶ, ଆସନ୍ତୁ ଜାଣିବା ..

ସାଧାରଣତଃ ନିଜ ଦେଶରୁ ଅନ୍ୟ ଦେଶକୁ ଯିବା ପାଇଁ ପାସପୋର୍ଟ ସହ ପ୍ରଥମେ ଭିସା ତିଆରି କରିବା ଆବଶ୍ୟକ ହୋଇଥାଏ।  ଭିସା ହାସଲ କରିବା କଷ୍ଟକର ବ୍ୟାପାର ହୋଇଥାଏ।  ଭିସା ଲାଗି ବହୁତ ସମୟ ମଧ୍ୟ ଲାଗିଥାଏ। ତେବେ ଜାଣନ୍ତୁ ଏମିତି କିଛି ଦେଶ ଅଛି ଯେଉଁଠିକୁ ଯିବା ପାଇଁ ଭାରତୀୟଙ୍କୁ ଭିସା ଆବଶ୍ୟକ ହୋଇନଥାଏ।

୧- ନେପାଲ: ଭାରତର ପଡୋଶୀ ଦେଶ ନେପାଲ ପ୍ରାକୃତିକ ସୌନ୍ଦର୍ଯ୍ୟତାରେ ଭରପୁର। ନେପାଲ ଗଲେ ଭାରତୀୟଙ୍କୁ ଭିସାର ଆବଶ୍ୟକ ପଡିନଥାଏ।

୨- ମରିଶସ: ଏହି ଦେଶରେ ଭିସା ନନେଇ ଭାରତୀୟମାନେ ୬୦ ଦିନ ଯାଏଁ ବୁଲାବୁଲି କରିପାରିବେ।

୩- ଜାମାଇକା: ଜାମାଇକା ଯିବା ପାଇଁ ଭାରତୀୟଙ୍କ ଲାଗି ଭିସା ଦରକାର ହୁଏନାହିଁ।

୪- ଫିଜି: ଏହି ଦେଶ ସମୁଦ୍ର କୂଳ ପାଇଁ ପ୍ରସିଦ୍ଧ ଓ ଏଠାକୁ ଯିବା ପାଇଁ ଭିସାର ଆବଶ୍ୟକ ପଡିନଥାଏ।

୫- କାମ୍ୱୋଡିଆ: ପୁରା ବିଶ୍ୱ କାମ୍ୱୋଡିଆର ଅଙ୍କରୱାଟ ମନ୍ଦିର ପ୍ରସିଦ୍ଧ। ଏଠାରେ ଭାରତୀୟ ନାଗରିକ ୩୦ ଦିନ ଯାଏଁ ବୁଲାବୁଲି କରିପାରିବେ।

୬-ଇକ୍ୱେଡୋର: ସାଉଥ ଆମେରିକାର ଇକ୍ୱେଡୋର ଯିବା ପାଇଁ ଭିସା ଦରକାର ହୁଏ ନାହିଁ।

୭-ମକାଓ: ଏହି ଦେଶରେ ଭାରତୀୟଙ୍କୁ ଭିସା ନନେଇ ଯିବାର ଅନୁମତି ଅଛି।

୮- ହଙ୍ଗକଙ୍ଗ: ହଙ୍ଗକଙ୍ଗ ଏକ ସୁନ୍ଦର ଦେଶ, ଏଠାରେ ୧୪ ଦିନ ପାଇଁ ଭାରତୀୟ ନାଗରିକ ଭିସା ନକରି ମଧ୍ୟ ବୁଲାବୁଲି କରିପାରିବେ।

୯-ଭୁଟାନ: ଭୁଟାନର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଲୋକେ ଏଠାକୁ ଯିବାକୁ ପସନ୍ଦ କରନ୍ତି।

୧୦- ମାଳଦ୍ବୀପ: ୬୦ ଦିନ ଯାଏଁ ଏହି ଦେଶରେ ଭାରତୀୟମାନେ ଭିସା ନନେଇ ଯାଇପାରିବେ।