Odia News Portal

ବିଜେଡିରୁ ବହିଷ୍କୃତ ବିଜେପିର ଆଗଧାଡିି ନେତା : ସସ୍ମିତ ପାତ୍ର

ଭୁବନେଶ୍ୱର : ବିଜେଡିରୁ ବିତାଡ଼ିତ ନେତା ବିଜେପିରେ ନିଜକୁ ଆଗଧାଡ଼ିର ନେତା ବୋଲାଉଛନ୍ତି । ନିଜକୁ ଏକଦା ବିଜୁ ଅନୁଗତ ଓ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ବୋଲାଉଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପ୍ରାୟ ୯ ମାସ ଧରି ଡିଲ୍ କଲାପରେ ଶେଷରେ ନିଜର ବ୍ୟବସାୟିକ ଓ ରାଜନୈତିକ ସ୍ୱାର୍ଥ ପାଇଁ ବିଜେପିରେ ମିଶିଛନ୍ତି । ଆଜି ତାଙ୍କୁ ଦଳର ଜାତୀୟ ଉପସଭାପତି ଦାୟିତ୍ୱ ମିଳିଛି । ବିଜେପିରେ ତାଙ୍କ ଭଳି ଏମିତି ଗଣ୍ଡା ଗଣ୍ଡା ଜାତୀୟ ଉପସଭାପତିଙ୍କୁ ଥଇଥାନ କରାଯାଇଛି ।
ବିଜେଡି ମଧ୍ୟ ବୈଜୟନ୍ତଙ୍କ ବିଜେପି ଯୋଗଦାନ ଏବଂ ତାଙ୍କୁ ମିଳିଥିବା ପଦପଦବୀକୁ ନେଇ ସେତିକି ଚିନ୍ତାଶୀଳ ନୁହେଁ । ପୂର୍ବରୁ ମଧ୍ୟ ବୈଜୟନ୍ତ ବାବୁ ବିଜେପି ଦଳର ମୁଖପାତ୍ର ଭାବେ କାର୍ଯ୍ୟ କରୁଥିଲେ । ଏବେ ଖାଲି ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ତେଣୁ ଏଥିରେ କୌଣସି ଆଶ୍ଚର୍ଯ୍ୟ ହେବାର ନାହିଁ ବୋଲି କଟାକ୍ଷ କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।
ସେହିଭଳି ବୈଜୟନ୍ତ ବାରମ୍ବାର କହୁଛନ୍ତି ଯେ ସେ ବିଜେଡିକୁ ଛାଡ଼଼ିଥିଲେ । କିନ୍ତୁ ପ୍ରକୃତରେ ଦଳ ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଥିଲା । ବିଶେଷ କରି ସେ ଏକ ଖଣି କମ୍ପାନୀ ପାଇଁ କାର୍ଯ୍ୟ କରୁଛନ୍ତି ବୈଜୟନ୍ତ । ଯେଉଁଥି ପାଇଁ ସେ ୬ କୋଟି ଟଙ୍କା ଦରମା ମଧ୍ୟ ପାଉଛନ୍ତି ବୋଲି ଓଡ଼଼ିଶାବାସୀଙ୍କୁ ଲୁ·ଇ ରଖିଥିବା ସାଂଘାତିକ ଅଭିଯୋଗ ଆଣିଛି ବିଜେଡି । ଏଭଳି ଦଳ ବିରୋଧୀ କାର୍ଯ୍ୟ ଦର୍ଶାଉଛି ଯେ ବିଜେଡି ଦଳ ପ୍ରତି ତାଙ୍କର ଅ ।ଭିମୁଖ୍ୟ କଣ ରହିଥିଲା ।  ପୂର୍ବରୁ ବିଜେପିର ମୁଖପାତ୍ର ବୋଲାଉଥିଲେ ଅ ।ଜି ବିଧିବଦ୍ଧଭାବେ ତାଙ୍କୁ ଉପାଧି ମଧ୍ୟ ମିଳିଗଲା ବୋଲି କହି କଟାକ୍ଷ କରିଛନ୍ତି ଶ୍ରୀ ପାତ୍ର ।