Odia News Portal

ବିଜେଡିରେ ଯୋଗଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ

ଭୁବନେଶ୍ବର : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନିତା ବିଶ୍ବାଳ ବିଜେଡିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତରେ ନବୀନ ନିବାସରେ ନିଜ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି ସୁନୀତା । ସୁନୀତା ସୁନ୍ଦରଗଡ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାନେତ୍ରୀ ଥିଲେ । ଏପରିକି ଅଖିଳ ଭାରତ କଂଗ୍ରେସର ନିର୍ବାଚନ କମିଟିକୁ ସୁପାରିଶ କରାଯାଇଥିବା ସମ୍ଭାବ୍ୟ ତାଲିକାରେ ସୁନୀତା ବିଶ୍ବାଳଙ୍କ ନାଁ ମଧ୍ୟ ଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ ଝାରସୁଗୁଡା ଜିଲ୍ଲାର ତତ୍କାଳୀନ ଲଇକେରା ନିର୍ବାନମଣଡଳିରୁ ନିର୍ବାଚିତ ହୋଇ ଆସୁଥିଲେ । ତେବେ ନିର୍ବାଚନମଣ୍ଡଳି ପୁନର୍ଗଠନ ପରେ ଲଇକେରା ନିର୍ବାଚନମଣ୍ଡଳି ଝାରସୁଗୁଡା ଏବଂ କୁଚିଣ୍ଡା ନିର୍ବାଚନମଣ୍ଡଳିରେ ସମ୍ମିଶ୍ରଣ ହେବା ପରେ ହେମାନନ୍ଦ ବିଶ୍ବାଳ ସୁନ୍ଦରଗଡ ଲୋକସଭା ନିର୍ବାଚନମଣ୍ଡଳିରୁ ପ୍ରାର୍ଥୀ ହୋଇଥିଲେ । ଉତ୍ତରାଧୀକାର ସୂତ୍ରରେ ସୁନୀତା ସୁନ୍ଦରଗଡ ନିର୍ବାଚନମଣ୍ଡଳିରେ ନିଜ ସଂଗଠନ ଚଳାଇଛନ୍ତି । ତେବେ ତାଙ୍କୁ ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷା କରି ତାଙ୍କୁ ଶାନ୍ତ କରିବା ପାଇଁ ଦଳ ଉଦ୍ୟମ କରିଥିଲା । ତେବେ ଏଥିରେ ମଧ୍ୟ କୁସୁମ ସନ୍ତୁଷ୍ଟ ହୋଇନଥିବା ଆଲୋଚନା ହେଉଛି । ସୁନୀତାଙ୍କୁ ବିଜେଡି ନିଜ ଦଳରେ ସାମିଲ କରିବା ପଛରେ ସୁନ୍ଦରଗଡର ସମ୍ପୂର୍ଣ୍ଣ କଂଗ୍ରେସ ସଂଗଠନ ନିଜ ଅକ୍ତିଆରକୁ ଆଣିବା ସହ ଭୂୟାଁ ଜାତି କାର୍ଡ ଖେଳି ଭୋଟରଙ୍କୁ ନିଜ ପକ୍ଷକୁ ଆଣିବା ସ୍ବାର୍ଥ ରହିଛି ବୋଲି ଆଲୋଚନା ହେଉଛି ।