ସହିଦନଗର ଥାନରେ ପଶି ପୋଲିସକୁ ମାଡ ମାରିବା ଓ ଭଙ୍ଗାରୁଜା କରିବା ଅଭିଯୋଗରେ ଆଜି କମିଶନରେଟ ପୋଲିସ ପକ୍ଷରୁ ଗିରଫ ହୋଇିଥିବା ବିଜୁ ଯୁବ ଜନତା ଦଳର ଉପସଭାପତି ପ୍ରକାଶ ତି୍ରପାଠୀଙ୍କୁ ବିଜୁ ଯୁବ ଜନତା ଦଳରୁ ବହିଷ୍କାର କରାଯାଇଛି ।
ଶ୍ରୀ ତି୍ରପାଠୀ ଗତ ୩ତାରିଖ ରାତିରେ ସହିଦନଗର ଥାନାରେ ପଶି ପୋଲିସଙ୍କୁ ମାଡ ମାରିବା ସହ ଥାନାରେ ଲଙ୍କାକାଣ୍ଡ କରିଥିଲେ । ଅଭିଯୁକ୍ତଙ୍କୁ ପୋଲିସ କବଳକୁ ଛଡାଇ ନେବା ଉଦ୍ୟମ କରିବା ସହିତ ସଦଳବଳେ ପୋଲିସକୁ ଆକ୍ରମଣ କରିଥିଲା । ଏହା ସହିତ ସେ ଓ ତାଙ୍କ ସାଙ୍ଗମାନେ ରାସ୍ତାରେ ଗୋଡାଇ ଗୋଡାଇ ପୋଲିସଙ୍କୁ ଲହୁଲୁାହଣ କରିଦେଇଥିଲେ । ଗତ ୭ଦିନ ହେଲା ପୋଲିସ ଅଭିଯୋଗରେ ୬ଜଣ ଆସାମୀଙ୍କୁ ଗିରଫ କରିଥିଲେ ମଧ୍ୟ ମୁଖ୍ୟଆସାମି ପ୍ରକାଶ ଫେରାର ହୋଇଯାଇଥିଲେ । ଆଜି ତାଙ୍କୁ କମିଶନରେଟ ପୋଲିସ ଗିରଫ କରିଛି ।