ଯାଜପୁର : ମୌଳିକ ସୁବିଧା ନାଁରେ ପାଣି ଭଳି ଟଙ୍କା ବୋହିଯାଉଛି । ହେଲେ ଗାଁ ଗହଳିକୁ ଗଲେ ବାସ୍ତବ ଚିତ୍ର ଅନୁଭବ କରିହୁଏ । ଯାଜପୁର ଧର୍ମଶାଳାର ବଲାଙ୍ଗିଆ ଗାଁର ଆଦିବାସୀ ସଂପ୍ରଦାୟଙ୍କ ଦୁର୍ଦ୍ଦଶା କହିଲେ ନସରେ । ଧୂଳି, ଧୂଆଁରେ ଅତିଷ୍ଠ ଲୋକେ । ବିଷାକ୍ତ ପାଣି ବି ନାନା ରୋଗର କାରଣ ପାଲଟିଛି । ଗାଁର ଟୁକୁନା ସାହୁ ଦୀର୍ଘ ଦିନ ଧରି ଟି.ବି ରୋଗରେ ଆକ୍ରାନ୍ତ । ହେଲେ ଚିକିତ୍ସାରେ ବାଧକ ସାଜିଛି ଅର୍ଥ । ଯାଜପୁର ଧର୍ମଶାଳାର ବଲାଙ୍ଗିଆ ଗାଁ । ଗାଁରେ ରହୁଥିବା ଲୋକେ ଆଦିବାସୀ ସଂପ୍ରଦାୟର । ଗାଁ ଲୋକେ ସମସ୍ତ ପ୍ରକାର ମୌଳିକ ସୁବିଧାରୁ ବଞ୍ଚିତ । ଧୂଳି ଧୂଆଁରେ ଲୋକେ ଅତିଷ୍ଠ । ପାଣି ବି ଏଠି ଦୂଷିତ । ଫଳରେ ଲୋକେ ନାନା ରୋଗରେ ପଡ଼ୁଛନ୍ତି । ଇଏ ଗାଁର ଟୁକୁନା ଦାସ । ଦୀର୍ଘ ଦିନ ଧରି ଟି.ବି ରୋଗରେ ଆକ୍ରାନ୍ତ ସେ । ଅନେକ ଥର ଧର୍ମଶାଳା ଡାକ୍ତରଖାନାକୁ ଯାଇଛନ୍ତି । ହେଲେ ଆରୋଗ୍ୟ ହୋଇପାରିନାହାଁନ୍ତି । ଟୁକୁନାଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ବିଛଣାରେ ପଡ଼ି ପଡ଼ି କଷ୍ଟ ଭୋଗିବା ସାର ହୋଇଛି ଯାହା । ଭଙ୍ଗା କୁଡ଼ିଆ ଘରେ ବିତୁଛି ଜୀବନ ।
ରୋଗରେ ପଡ଼ିବା ଦିନଠୁ ପରିବାର ଚଳାଇବା କଷ୍ଟ ହୋଇପଡ଼ୁଛି । ଘର, ସ୍ବାସ୍ଥ୍ୟ ସେବା ନାଁରେ ସରକାରଙ୍କ କେତେ କଣ ଯୋଜନା । ହେଲେ ସବୁ ଯୋଜନା ଟୁକୁନାଙ୍କ ପାଇଁ ଅର୍ଥ ହୀନ । ପ୍ରଶାସନର ସେଇ ଚିରାଚରିତ ଉତ୍ତର –ଆମେ ଜାଣିନୁ, ଖବର ମିଳିଲେ ନିଶ୍ଚିତ ସହୟତା ପ୍ରଦାନ କରାଯିବ…