ଆନନ୍ଦପୁର : ପୋଲ ତଳୁ ଶିଶୁ ପୁତ୍ର ଉଦ୍ଧାର । ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ନନ୍ଦିପଦା ଥାନା ଅଧିନ ଜଳଶରପୁର ଗାଁ ନିକଟ ଏକ ପୋଲତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର ହୋଇଛି । ସ୍ଥାନୀୟ ଯୁବକ ସୁଶାନ୍ତ ଦାସ ସେହି ବାଟରେ ଯାଉଥିବା ବେଳେ ଶିଶୁଟିର କାନ୍ଦ ଶୁଣି ସେଠାରୁ ତାକୁ ଅଣିଥିଲେ । ପରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିବାରୁ ଶିଶୁଟି ଅବସ୍ଥା ଗୁରୁତର ଥିବା ଜଣାପଡିଛି । ପ୍ରାଥମିକ ଚିକିତ୍ସା ପରେ ଶିଶୁଟିକୁ କଟକ ସ୍ଥାନାନ୍ତର ପାଇଁ ଉଦ୍ଯମ ଆରମ୍ଭ ହୋଇଛି । ତେବେ କିଏ, କେଉଁ ପରିସ୍ଥିତିରେ ଶିଶୁଟିକୁ ସେଠାରେ ଛାଡ଼ି ଚାଲିଯାଇଛି ତାର ସଠିକ୍ କାରଣ ଜଣାପଡିନାହିଁ ।