ଏହି ଯାତ୍ରାରେ ବିଜେପି ଜନତାଙ୍କ ନିକଟରେ ପହଁଚିବା ପାଇଁ ଚେଷ୍ଟା କରିବ । ବିଭିନ୍ନ ସ୍ଥାନରେ ୫୦୦୦ରୁ ଅଧିକ ସାଧାରଣ ସଭା, ସମାବେଶ ଏବଂ ପଥପ୍ରାନ୍ତ ନାଟକ କରିବ ଦଳ । ଏହା ସହ ଦଳ ପ୍ରଚାର କାର୍ଯ୍ୟକ୍ରମକୁ ମଧ୍ୟ ତ୍ୱରାନ୍ୱିତ କରିବ ବୋଲି ଦଳର ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର ସୂଚନା ଦେଇଛନ୍ତି । ଆଜି ଅନୁଗୁଳ ଜିଲ୍ଲା କିଷନନଗର ଅଂଚଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହି ଏହି ବିଜୟ ସଂକଳ୍ପ ଯାତ୍ରାକୁ ଆରମ୍ଭ କରିବେ ।
ଭୁବନେଶ୍ୱର : ଆଜିଠାରୁ ଭାରତୀୟ ଜନତା ପାର୍ଟି ତରଫରୁ ବିଜୟ ସଂକଳ୍ପ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ରାଜ୍ୟର ସମସ୍ତ ସହର ଏବଂ ଗ୍ରାମରେ ଏହି ଯାତ୍ରା ଅନୁଷ୍ଠିତ ହେବ । ୭ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ଆଗାମୀ ୧୭ତାରିଖରେ ଶେଷ ହେବ ।