ବଲାଙ୍ଗୀର : ମହଙ୍ଗା ପଡିଲା ଯୁବତୀଙ୍କ ଭିଡିଓ ଭାଇରାଲ କରିବା । ବଲାଙ୍ଗୀର ପୋଲିସ ଭିଡିଓ ଭାଇରାଲ କରିଥିବା ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦୁଇ ଜଣ ହେଲେ ଖର୍ଲ୍ଲିକାନି ଗାଁର ମନୋଜ ତୁମନିଆ ଓ ଦିଲିପ ବଗର୍ତ୍ତି । ସ୍ଥାନିୟ ମଠଖାଇ ଜଙ୍ଗଳରେ ଯୁବକ ଯୁବତୀ ଦୁହେଁ ଅସଂଜତ ଅବସ୍ଥାରେ ଥିବା ବେଳେ ମନୋଜ ତୁମନିଆ ଓ ଦିଲିପ ବଗର୍ତ୍ତି ମୋବାଇଲରେ ଭିଡିଓ ଉଠାଇଥିଲେ । ପରେ ଉକ୍ତ ଯୁବତୀଙ୍କ ଠାରୁ ୫୦ ହଜାର ଟଙ୍କା ମଧ୍ୟ ଡିମାଣ୍ଡ କରିଥିଲେ । ଯୁବତୀ ଜଣଙ୍କ ଟଙ୍କା ନଦେବାରୁ ଭିଡିଓଟି ଭାଇରାଲ କରିଦେଇଥିଲେ ଦୁଇ ଅଭିଯୁକ୍ତ । ଏନେଇ ଯୁବତୀ ଜଣକ ସଦର ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।