କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଖର୍ଦ୍ଧାସାହିରୁ ଏକ ନକଲି ଚା’ ପତି କାରଖାନା ଠାବ । ନକଲି ଚା’ପତି କାରଖାନା ଉପରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ଚା’ ପତି ଜବତ କରିଛି ପୁଲିସ । ଏଠାରେ ଏକ ଘରେ ନକଲି ଚା ପତି ପ୍ରସ୍ତୁତ ହେଉଥିବା ଖବର ପାଇ ସଦର ଥାନା ପୋଲିସ ସୋମବାର ସନ୍ଧ୍ୟାରେ ଚଢାଉ କରିଥିଲା । ଚଢାଉ ବେଳେ ଖର୍ଦ୍ଧା ସାହିରେ ଥିବା କାରଖାନାରୁ ବହୁ ପରିମାଣରରେ ନକଲି ଚା’ ପତି, ବିଭିନ୍ନ ନାମି ଦାମୀ ଚା’ କମ୍ପାନୀର ଜରି, ଚା’ ପତି ତିଆରି ମେସିନ୍, ଚା’ ପତି ପ୍ରସ୍ତୁତ ରେ ବ୍ୟବହୃତ କଞ୍ଚା ମାଲ୍ ଜବତ କରିଥିଲା ।
ଏହା ସହିତ କିଛି ବ୍ରାଣ୍ଡେଡ କମ୍ପାନୀର ନକଲି ଦେହ ଲଗା ତେଲ ମଧ୍ୟ ଜବତ ହୋଇଥିବା ଜଣାପଡିଛି । ଚଢାଉ ବେଳେ କାରଖାନାର ମାଲିକ ଫେରାର୍ ହୋଇଯାଇଛି |କିଛି ଦିନ ପୂର୍ବରୁ କେନ୍ଦ୍ରାପଡା ଅଂଚଳରେ ନକଲି ଚା’ପତି ଏବଂ ନକଲି ଦେହ ଲଗା ତେଲ ବିକ୍ରି ହେଉଥିବାର ଖବର ପାଇଥିଲା ପୋଲିସ । ଫଳରେ ଗତକାଲି ସନ୍ଧ୍ୟାରେ ଚଢ଼ାଉ କରିଥିଲା ପୋଲିସ |
