ଭୁବନେଶ୍ୱର : ରାଜଧାନୀର ଏକ ସନାମଧନ୍ୟ ଶିକ୍ଷା ଅନୁଷ୍ଠାନ ବକ୍ସି ଜଗବନ୍ଧୁ ସ୍ୱୟଂ ଶାସିତ ମହାବିଦ୍ୟାଳୟ। ଏହାର ଛାତ୍ରଛାତ୍ରୀ ମାନେ ପାଠ ପଢ଼ାରେ ଯେପରି ପାରଦର୍ଶିତା ଦେଖାଇଥାନ୍ତି ସେହିପରି ଭାବେ ସାମାଜିକ ସୁରକ୍ଷା ଉପରେ ମଧ୍ୟ କାର୍ଯ୍ୟ କରିଥାନ୍ତି । ସାରାଦେଶରେ ପରିବେଶ ସୁରକ୍ଷାକୁ ଏକ ଆନ୍ଦୋଳନ ଭାବେ ଗ୍ରହଣ କରାଯାଉଥିବା ଏଥିରେ ହାତ ମିଶାଇଛନ୍ତି ଏହାର ଛାତ୍ରଛାତ୍ରୀ ମାନେ।
ତେଣୁ ଆଜି ସକାଳୁ ସ୍କାଉଟ ଓ ଗାଇଡ଼ ର ଛାତ୍ରଛାତ୍ରୀମାନଙ୍କ ସହିତ ମିଶି ମହାବିଦ୍ୟାଳୟ ପରିସରକୁ ୨୫ ରୁ ଉର୍ଦ୍ଧ୍ବ ପିଲା ସଫା କରିଥିଲେ।ଯାହାକୁ କାର୍ଯ୍ୟକୁ କଲେଜର ଅଧ୍ୟାପିକା ଶ୍ରୀମତୀ ଗୀତାଞ୍ଜଳି ପଣ୍ଡା ପ୍ରତେକ୍ଷ ଭାବେ ତଦାରଖ କରିଥିଲେ। ଶେଷରେ ପିଲାମାନଙ୍କ ଏହି କାର୍ଯ୍ୟକୁ ପ୍ରସଂଶା କରିବା ଭବିଷ୍ୟତରେ ଏହିପରି କାର୍ଯ୍ୟ ଜାରି ରଖିବାକୁ ଉପଦେଶ ଦେଇଥିଲେ।