Odia News Portal

ବିଜେଡି ଛାଡିଲେ ବିଧାୟକ ସୁକାନ୍ତ ନାୟକ

ଦଳରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ସୁକାନ୍ତ ନାୟକ। ଗତକାଲି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ବିଜେଡିରୁ ଇସ୍ତଫା ଦେଇଥିଲେ। ସୁଷମା ବିଶ୍ୱାଳଙ୍କ ଯୋଗଦାନ ପରେ ସୁକାନ୍ତ ବିଜେଡିରୁ ଇସ୍ତଫା ଦେଇଛନ୍ତି। କିଛି ଦିନ ତଳେ ବିଜେପି ଛାଡି ବିଜେଡିରେ ଯୋଗଦେଇଛନ୍ତି ସୁଷମାରାଣୀ ବିଶ୍ୱାଳ। ସୁକାନ୍ତ ନାୟକ ୨୦୧୪ରେ ଗତ ବିଧାନସଭା ନିର୍ବାଚନରେ ନୀଳଗିରିରୁ ବିଜେଡି ଟିକେଟରୁ ଲଢି ନିର୍ବାଚିତ ହୋଇଥିଲେ।