Odia News Portal

ହଟୁନି ମୋଦିଙ୍କ ଫୋଟୋ ଥିବା ପୋଷ୍ଟର?

ର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ଲାଗିଥିବା ସମସ୍ତ ଦଳର ନିର୍ବାଚନୀ ପ୍ରଚାର ହୋର୍ଡିଂକୁ କାଢ଼ି ଦିଆଯାଇଛି। ଏହି ଅଚରଣ ବିଧି ଲାଗୁ ପରେ ଜାତୀୟ ଦଳ କଂଗ୍ରେସ, ବିଜେପି ପରି ଆଞ୍ଚଳିକ ଦଳ ବିଜେଡି କେହି ହେଲେ ବର୍ତ୍ତି ପାରିନାହାନ୍ତି। କାନ୍ଥବାଡ଼, ଖୁଣ୍ଟ, ଦୋକାନ, ରାସ୍ତାରେ ଆଦି ଲାଗିଥିବା କୌଣସି ଦଳ କିମ୍ବା ରାଜନେତାଙ୍କ ଫଟୋ ଜନିତ ପୋଷ୍ଟରକୁ କାଢ଼ି ଦିଆଯାଇଛି।
ମାତ୍ର ଶାସକ ଦଳ ବିଜେପି ନିର୍ବାଚନ କମିସନ ଜାରି କରିଥିବା ଏହି ଆଚରଣ ବିଧିକୁ ଉଲଂଘନ କରୁଛି ବୋଲି ଅଭିଯୋଗ ଆଣିଛି କଂଗ୍ରେସ। ପେଟ୍ରୋଲ୍ ପମ୍ପ୍, ବିମାନବନ୍ଦର ଓ ରେଳ ଷ୍ଟେସନ୍ ଆଦି ସ୍ଥାନରେ ଏବେ ବି ମୋଦିଙ୍କ ଫଟୋ ଲଗାଯାଇଛି। ଯାହାକି ଏକ ପ୍ରକାରର ବିଜ୍ଞାପନ ଅନ୍ତର୍ଭୂକ୍ତ। ମୋଦିଙ୍କ ଫଟୋକୁୁ ଏପରି ସ୍ଥାନରୁ ତୁରନ୍ତ ହଟାଯାଉ ବୋଲି କଂଗ୍ରେସ ପକ୍ଷରୁ ନିର୍ବାଚନ କମିସନଙ୍କ ନିକଟରେ ଦାବି ହୋଇଛି।