ନବୀନ ନିବାସରେ ଦିଲ୍ଲୀପ ରାୟ । ବିଜେପିରୁ ଇସ୍ତଫା ଦେଇଥିବା ଦିଲ୍ଲୀପ ନବୀନ ନିବାସରେ ପହଞ୍ଚିବା ପରେ କଡ ଲେଉଟାଇଛି ରାଜ୍ୟ ରାଜନୀତି । ନବୀନ ନିବାସରେ ଦିଲ୍ଲୀପଙ୍କ ଏଣ୍ଟ୍ରି ପରେ ଏବେ ଭିନ୍ନ ଭିନ୍ନ ସମୀକରଣ ସାମ୍ନାକୁ ଆସିଛି । ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କ ସହ ରୁଦ୍ଧଦ୍ୱାର ବୈଠକ ଚାଲିଥିବା ବେଳେ ଯେକୌଣସି ମୁହୂର୍ତ୍ତରେ ଏକ ବଡ ଖବର ସାମ୍ନାକୁ ଆସିପାରେ । କୁହାଯାଉଛି ନିର୍ବାଚନ ପୂର୍ବରୁ ଦିଲ୍ଲୀପଙ୍କ ଘରବାହୁଡା ହୋଇପାରେ । ଦୀର୍ଘ ୧୭ ବର୍ଷ ପରେ ଦିଲ୍ଲୀପ ପୁଣିଥରେ ବିଜେଡିକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି ।