ଯାଜପୁର : କିନ୍ନର କାଜଲ ନାୟକ ହେବେ ବିଏସପିର କୋରେଇ ବିଧାୟକ ପ୍ରାର୍ଥୀ । ଗତକାଲି ଦଳ ପକ୍ଷରୁ ତାଙ୍କ ନାଁ ଘୋଷଣା କରାଯାଇଛି । ଯାଜପୁର ଟ୍ରାନ୍ସଜେଣ୍ଡର ଆସୋସିଏସନର ସଭାପତି ଥିବା କାଜଲ ଟିକେଟ୍ ପାଇଁ ଲବି କରୁଥିବା ବେଳେ ବିଏସପି ତାଙ୍କ ଉପରେ ଭରସା କରିଛି । ସେଥିପାଇଁ ସେ ବହୁଜନ ସମାଜ ପାର୍ଟିକୁ ଥ୍ୟାଙ୍କ ୟୁ ମଧ୍ୟ କହିଛନ୍ତି । ସେହିପରି ଆଗକୁ ଅଞ୍ଚଳବାସୀଙ୍କ ସହ କିନ୍ନରଙ୍କ ସମସ୍ୟା ସମ୍ପର୍କରେ ସ୍ବର ଉତ୍ତୋଳନ ମଧ୍ୟ ଜାରି ରଖିବେ ବୋଲି କାଜଲ କହିଛନ୍ତି । ଚଳିତ ନିର୍ବାଚନରେ ଓଡ଼ିଶାରୁ ୨୯୩୨ ଜଣ କିନ୍ନର ଭୋଟର ରହିଥିବା ବେଳେ, ସାରା ଦେଶରେ ସେମାନଙ୍କ ସଂଖ୍ୟା ରହିଛି ୩୧, ୨୯୨ ।