କଟକ ମାଲଗୋଦାମ ଥାନା ପୋଲିସର ଏନକାଉଣ୍ଟର । ପୋଲିସ ଗୁଳିରେ ଆହତ ହୋଇଛି ଦୁର୍ଦାନ୍ତ ଅପରାଧୀ ମନୁ ମନୋଜ କୁମାର ସ୍ବାଇଁ । ବିଶ୍ବ ଗୁରୁ କଲେଜ ପଡିଆ ନିକଟରେ ଏହି ଏନକାଉଣ୍ଟର ହୋଇଛି । ଗତ ଶନିବାର ମାଲଗୋଦାମ ବ୍ୟବସାୟୀ ଦାମୋଦର ଭାଓ ସିଙ୍କାର ତଣ୍ଟି କାଟି ଟଙ୍କା ନେବାକୁ ଉଦ୍ୟମ କରିଥିଲା ମନୁ । ମନୁ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି । ପୋଲିସ ଉପରକୁ ବୋମାମାଡ କରି ଖସି ଯିବାକୁ ଉଦ୍ୟମ କରିଥିବା ବେଳେ ପୋଲିସ ମନୁକୁ ଏନକାଉଣ୍ଟର କରିଛି । ଏନକାଉଣ୍ଟର ସମୟରେ ମାଲଗୋଦାମ ଥାନା ଇନିସପେକ୍ଟର ରବି ନାରାୟଣ ଭଞ୍ଜଙ୍କ ସମେତ ୩ ଆହତ ହୋଇଛନ୍ତି । ମନୁ ଠାରୁ ୩ଟି ଅଫୁଟା ବୋମା ଜବତ ହୋଇଛି । ଗ୍ୟାଙ୍ଗଷ୍ଟାଲ ସୁଲେମାନ ପାଇଁ ମନୁ କାମ କରୁଥିଲା ।