କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ତାରାପ୍ରସାଦ ବାହିନୀପତି । କୋଟ୍ଟପାଡ, ଲକ୍ଷ୍ମୀପୁର ବିଧାନସଭା ଟିକେଟ୍ ଫାଇନାଲ ନହେବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ସେ କହିଛନ୍ତି କୋରାପୁଟ ହେଉଛି କଂଗ୍ରେସ ଗଡ । କିନ୍ତୁ ଏଠାରେ ସବୁ ଗଡବଡ ଚାଲିଛି । କିଏ ଗଡବଡ କରୁଛି ତାହା ସମୟ କହିବ । ପ୍ରଦୀପ ମାଝି ଚାହିଁଲେ ଟିକେଟ ଦିଅନ୍ତି ଓ କାଟନ୍ତି । ମୋ କଥା ରହେନାହିଁ । ପୂର୍ବରୁ କୁହାଯାଇଥିଲା ସମସ୍ତ ବିଧାୟକଙ୍କୁ ଟିକେଟ ମିଳିବ । ସେପଟେ ତାରା କହିଛନ୍ତି କଂଗ୍ରେସ ଲୋକସଭା ପାଇଁ ନୂଆ ମୁହଁ ଦେଇଛି । ଚଳିତ ଥର ନୂଆ ମୁହଁକୁ ଓ ଯୁବକଙ୍କୁ ସୁଯୋଗ ଦିଆଯାଇଛି । କୋରାପୁଟରେ ପୁଣି ଥରେ ଗଡ଼ ରକ୍ଷା କରିବ ବୋଲି ଦମ୍ଭୋକ୍ତି କରିଛନ୍ତି ତାରା ପ୍ରସାଦ ବାହିନୀପତି ।