ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ନିଜ ନିର୍ବାଚନ ମଣ୍ଡଳୀ ହିଂଜିଳିରୁ ବିଧାନସଭା ନର୍ବିାଚନ ପାଇଁ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିବେ । ବିଜୁ ଜନତା ଦଳ ଏହି ନିର୍ବାଚନ ପାଇଁ ତାର ପ୍ରଥମ ପର୍ଯ୍ୟୟ ପ୍ରାର୍ଥୀତାଲିକା ଘୋଷଣା କରିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ଛତ୍ରପୁର ଗସ୍ତରେ ଯାଉଛନ୍ତି । ଶୁଭବେଳା ଦେଖି ମୁଖ୍ୟମନ୍ତ୍ରୀ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିବେ । ଆସନ୍ତା ନିର୍ବାଚନରେ ଏଥର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ହିଂଜିଳିକାଟୁ ସମେତ ବରଗଡ ଜିଲ୍ଲାର ବିଜେପୁର ଆସନରୁ ମଧ୍ୟ ପ୍ରତିଦ୍ୱନ୍ଦିତା କରିବେ । ମୁଖ୍ୟମନ୍ତ୍ରୀ ଚଳିତ ନିର୍ବାଚନରେ ଏକ ସଙ୍ଗେ ଦୁଇଟି ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରିବାକୁ ଯାଉଛନ୍ତି । ଗତ ୨୦୦୦ ମସିହା ଠାରୁ ମୁଖ୍ୟମନ୍ତ୍ରୀ ହିଂଜିଳି ନିର୍ବାଚନ ମଣ୍ଡଳୀ କ୍ରମଗେତ ଭାବେ ପ୍ରତିନିଧିତ୍ୱ କରିଆସୁଛନ୍ତି ।