Odia News Portal

ହିଞ୍ଜିଳି ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ନବୀନ

ବ୍ରହ୍ମପୁର : ବ୍ରହ୍ମପୁର ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ରିରର୍ଣ୍ଣିଂ ଅଫିସର ତଥା ଛତ୍ରପୁର ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କଲେ ନବୀନ ପଟ୍ଟନାୟକ । ନିକଟରେ ବହୁ ନେତା କର୍ମୀ ଉପସ୍ଥିତ ଅଛନ୍ତି । ଲୋକସଭା ପ୍ରାର୍ଥୀ ପ୍ରମିଳା ବିଶୋୟୀ ମଧ୍ୟ ଉପସ୍ଥିତ ଅଛନ୍ତି । ଗଞ୍ଜାମ ଜିଲ୍ଲାରେ ପହଞ୍ଚିବା ପରେ ଆରାଧ୍ୟ ଦେବୀ ମା’ ତାରାତାରିଣୀ ମନ୍ଦିରକୁ ଯାଇ ମାଙ୍କୁ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ । ତାପରେ ଯାଇ ନାମାଙ୍କନ ଦାଖଲ କରିଛନ୍ତି । ନବୀନଙ୍କ ଗସ୍ତ ନେଇ ନେତା ଓ କର୍ମୀ ଉତ୍ସାହିତ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସେହିପରି ବିଜେପୁର ବିଧାନସଭା ଆସନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୫ ତାରିଖ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିବାର ସମ୍ଭାବନା ରହିଛି । ସେହିଦିନ ପଦ୍ମପୁର ଟିକେଟ ପାଇଥିବା ବିଜୟ ରଞ୍ଜନ ସିଂ ବରିହା ମଧ୍ୟ ନାମାଙ୍କନ ଦାଖଲ କରିବେ । ଦ୍ବିତୀୟ ପର୍ଯ୍ୟାୟ ନର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହେବା ପରେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି ।