Odia News Portal

ମିଥ୍ୟା ଗୁଇନ୍ଦା ରିପୋର୍ଟ ମାମଲାରେ ଫସିଲେ ୩ ବିଜେପି ନେତା

ମିଥ୍ୟା ଗୁଇନ୍ଦା ରିପୋର୍ଟ ମାମଲାରେ ଫସିଛନ୍ତି ୩ ବିଜେପି ନେତା । ପୋଲିସ ସେମାନଙ୍କ ଉପରେ ନୋଟିସ ଜାରି କରି ଆସନ୍ତାକାଲି ସୁଧା ସେମାନଙ୍କ ବୟାନର ସତ୍ୟତା ଉପସ୍ଥାପନ କରିବାକୁ ପୋଲିସ ନିଦେ୍ର୍ଧଶ ଦେଇଛି । ବିଜେପି ଉପସଭାପତି ସମୀର ମହାନ୍ତି, ଗୋଲକ ମହାପାତ୍ର, ଟଙ୍କଧର ତ୍ରିପାଠୀଙ୍କୁ ପୋଲିସ ନୋଟିସ୍ ଜାରି କରିଛି । ଆସନ୍ତାକାଲି ସୁଦ୍ଧା ସମୀର ମହାନ୍ତି ଓ ଏହାର ଦୁଇ ଦିନ ମଧ୍ୟରେ ଗୋଲକ ମହାପାତ୍ର ଓ ଟଙ୍କଧର ତ୍ରିପାଠୀଙ୍କୁ ଖାରବେଳ ନଗର ଥାନାରେ ହାଜର ପାଇଁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ସୋସିଆଲ୍ ମିଡିଆରେ ହିଞ୍ଜିଳି ସଂପର୍କିତ ଏକ ତଥାକଥିତ ଗୁଇନ୍ଦା ରିପୋର୍ଟ ବୁଲିବା ପରେ ସମୀରଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲା ବିଜେପି । ହିଞ୍ଜିଳି ମୁଖ୍ୟମନ୍ତ୍ରୀଙ୍କ ପାଇଁ ସୁରକ୍ଷିତ ନୁହେଁ ବୋଲି ଏହି ତଥାକଥିତ ଗୁଇନ୍ଦା ରିପୋର୍ଟରେ ଉଲ୍ଲେଖ ଥିଲା । ଏହି ଗୁଇନ୍ଦା ରିପୋର୍ଟ ଫେକ୍ ବୋଲି କହିଥିଲା ବିଜେଡି । ଡିଜି ମଧ୍ୟ ଏହି ଗୁଇନ୍ଦା ରିପୋର୍ଟକୁ ଜାଲ୍ ବୋଲି କହିଥିଲେ । ଏହି ରିପୋର୍ଟକୁ ସିଜ୍ କରିବା ସହ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରିଥିଲା ।