ବଲିଉଡ ଅଭିନେତ୍ରୀ ଜରିନ୍ ଖାନ ପାକିସ୍ତାନୀ କ୍ରିକେଟ ତାରକାଙ୍କୁ ବିବାହ କରିବେ।ଜରିନ୍ ଖାନ ଓ ଫଖର ଜମାନ ଏବେ ତାଙ୍କ ରିଲେସନସିପକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ଲିଙ୍କ ଅପ୍ ଖବର ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି କରିଛି। ଏହା ପୂର୍ବରୁ ମଧ୍ୟ ଜରିନ୍ଙ୍କ ନାଁ ସାହିଦ୍ ଆଫ୍ରିଦିଙ୍କ ସହ ଯୋଡା ଯାଇଥିଲା। ବଲିଉଡ ଅଭିନେତ୍ରୀ ଜରିନ୍ ଖାନ୍, ବୀର, ହେଟ୍ ଷ୍ଟୋରୀ-୩, ଅକସର-୨,୧୯୨୧ ଏବଂ ହାଉସଫୁଲ୍-୩ ଭଳି ବଲିଉଡ ଫିଲ୍ମରେ ଅଭିନୟ କରି ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ଏବେ ତାଙ୍କ ସହ ପାକିସ୍ତାନୀ ବ୍ୟାଟସମ୍ୟାନ୍ ଫଖର ଜମାନଙ୍କ ସମ୍ପର୍କର ଖବର ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ରିପୋର୍ଟ ଅନୁସାର ଉଭୟ ଶୀଘ୍ର ବିବାହ କରି ପାରନ୍ତି।