Odia News Portal

୨୧ରେ ମାଟ୍ରିକ ରେଜଲ୍ଟ

ଭୁବନେଶ୍ବର()  ୨୧ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ ।ବାତ୍ୟା ଫନି ପାଇଁ ବିଳମ୍ବିତ ହୋଇଥିବା ମାଟ୍ରିକ ପରୀକ୍ଷା ଫଳ ଖୁବ ଶୀଘ୍ର ବାହାରିବାକୁ ଯାଉଛି। ଚଳିତ ବର୍ଷ ୫ ଲକ୍ଷ ୮୭ ହଜାର ୭୨୦ ଜଣ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ପରୀକ୍ଷା ଫଳ ମେ ପ୍ରଥମ ସପ୍ତାହରେ ବାହାରିବା ଘୋଷଣା କରାଯାଇଥିବା ବେଳେ ଫନି ପାଇଁ ତାହାକୁ ପରିବର୍ତ୍ତନ କରାଯାଇଥିଲା। ତେବେ ଆଜି ଆମେ ଛାତ୍ରଛାତ୍ରୀ ତଥା ଅଭିଭାବକମାନେ କିପରି ମାଟ୍ରିକ୍ ରେଜଲ୍ଟ ଚେକ୍ କରିପାରିବେ ତାହା ବିଷୟରେ କହିବାକୁ ଯାଉଛୁ।

-ଏଥିପାଇଁ ପ୍ରଥମେ ବିଏସଇର ଆଧିକାରୀକ ୱେବସାଇଟ କୁ ଯାଆନ୍ତୁ।

-ସେଠାରେ ଉପରେ କ୍ଳିକ କରନ୍ତୁ।

-ଏଠାରେ ଆପଣଙ୍କ ଆଡମିଟ କାର୍ଡରେ ଲେଖାଯାଇଥିବା ରେଜିଷ୍ଟ୍ରେସନ୍ ନମ୍ବର ଦେଇ ସବମିଟ ବଟମ୍ କ୍ଳିକ୍ କରନ୍ତୁ।

-ଏହାପରେ ଆପଣଙ୍କୁ ଆପଣଙ୍କର ରେଜଲ୍ଟ ନଜର ଆସିବ। ଏହାକୁ ଆପଣ ସେଭ କରିବା ସହ ପ୍ରିଣ୍ଟ ଆଉଟ ମଧ୍ୟ ବାହାର କରିପାରବେ।