Odia News Portal

ବଲିଉଡର ଏହି ଅଭିନେତାଙ୍କୁ ଧମକ, ଜାଣନ୍ତୁ କାରଣ …

ମୁମ୍ବାଇ ()  ଅଭିନେତା ବିବେକ ଓବରଏଙ୍କୁ ନକ୍ସଲମାନେ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି। ନକ୍ସଲମାନେ ବିବେକଙ୍କୁ ପିଏମ୍ ନରେନ୍ଦ୍ର ମୋଦିଙ୍କ ବାୟୋପିକକୁ ନେଇ ଧମକ ମିଳିଛି। ଏହି ଫିଲ୍ମରେ ବିବେକ ନରେନ୍ଦ୍ର ମୋଦିଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ମୁମ୍ବାଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପିଏମ ମୋଦିଙ୍କ ଉପରେ ନିର୍ମିତ ଏହି ବାୟୋପିକ ୨୪ ମେରେ ରିଲିଜ ହେବାର ପ୍ରସ୍ତୁତିରେ ଅଛି ସେହିଭଳି ଅନ୍ୟ ପଟରେ ବିବେକଙ୍କୁ ମିଳିଥିବା ଧମକରୁ ଏହା ସ୍ପଷ୍ଟ ହେଉଛି ଯେ କିଛି ଲୋକ ଏହି ଫିଲ୍ମକୁ ନେଇ ଖୁସି ନାହାନ୍ତି। ଏହା ପୂର୍ବରୁ ବିବେକ ଏକ ଟ୍ବିଟ କରି ବହୁତ ସମସ୍ୟାର ସମ୍ମୁଖୀନ ହୋଇଥିଲେ।