Odia News Portal

ନବୀନଙ୍କୁ ବୈଜୟନ୍ତଙ୍କ ଶୁଭେଚ୍ଛା

ଭୁବନେଶ୍ବର()  ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାସହ ସାଂସଦ ଅନୁଭବ ମହାନ୍ତିଙ୍କୁ ମଧ୍ୟ ସେ ଅଭିନନ୍ଦନ ଜଣାଇଛନ୍ତି। ଏଥର କେନ୍ଦ୍ରାପଡ଼ା ଆସନରେ ଅନୁଭବ ଓ ବୈଜୟନ୍ତ ମଧ୍ୟରେ ଲଢ଼େଇ ହୋଇଥିଲା। କେନ୍ଦ୍ରାପଡାବାସୀ ଅନୁଭବଙ୍କୁ ବିଜୟର ମୁକୁଟ ପିନ୍ଧାଇଛନ୍ତି ।

ବୈଜୟନ୍ତ ଟ୍ୱିଟ୍ କରି ଲେଖିଛନ୍ତି,“ମତେ ସର୍ବଦା ଅପାର ଭଲ ପାଇଥିବାରୁ ଓ ଆଦର କରିଥିବାରୁ ଏବଂ ୯ ବର୍ଷ ପାଇଁ ସଂସଦରେ ପ୍ରତିନିଧିତ୍ୱ କରିବାର ସୁଯୋଗ ଦେଇଥିବାରୁ ମୁଁ କେନ୍ଦ୍ରାପଡ଼ାବାସୀଙ୍କୁ କୃତଜ୍ଞତା ଜଣାଉଛି।”