Odia News Portal

ଫିଲ୍ମର ବଦଳରେ ଚା’ ବିକୁଛନ୍ତି ଏହି ଅଭିନେତା …

ମୁମ୍ବାଇ()  ଶୁକ୍ରବାର ଫିଲ୍ମ ‘ପିଏମ୍ ନରେନ୍ଦ୍ର ମୋଦୀ’ ରିଲିଜ୍ ହୋଇଛି ।ଫିଲ୍ମରେ ମୋଦୀଜୀଙ୍କ ଚରିତ୍ର ନଜର ଆସିଥିବା ଅଭିନେତା ବିବେକ ଓବରଏ ଭିନ୍ନ ଅନ୍ଦାଜରେ ଲୋକଙ୍କୁ ସ୍ୱାଗତ କରିଥିଲେ । ସ୍କ୍ରିନିଙ୍ଗ ପାଇଁ ଆସିଥିବା ଲୋକଙ୍କୁ ନିଜ ହାତରେ ଚା’ ବାଣ୍ଟିଥିଲେ ଅଭିନେତା ବିବେକ ।ମୋଦୀ ମଧ୍ୟ ଚା’ ବିକି ନିଜ ଜୀବନର ଯାତ୍ରା ଆରମ୍ଭ କରିଥିବାରୁ ବିବେକ ଏଭଳି କରିଥିବା ଜଣାପଡ଼ିଛି ।ଫିଲ୍ମ ସ୍କ୍ରିନିଙ୍ଗରେ, ଫିଲ୍ମର ପ୍ରଯୋଜକ ସୁରେଶ ଓବରଏ, ସନ୍ଦୀପ ସିଂହ, ଆନନ୍ଦ ପଣ୍ଡିତ, ନିର୍ଦ୍ଦେଶକ ଓମଙ୍ଗ ଓବରଏ ଏବଂ କଳାକାର, ବରଖା ସେନଗୁପ୍ତା, ଜରୀନା ଓ୍ୱାହାବ, ମନୋଜ ଯୋଶୀ ଏବଂ କିଶୋର ସାହାଣେଙ୍କୁ ଦେଖା ଯାଇଥିଲା