ଝାରସୁଗୁଡା() ଭୁବନେଶ୍ୱରୁ ବିମାନ ଉଡାଣ ଭରି ଝାରସୁଗୁଡାରେ ପହଚିଂଥିଲା । ପୁଣି ଝାରସୁଗଡାରୁ ଭୂବନେଶ୍ୱର ଫେରିଥିଲା ଏଟିଆର ୭୨ ବିମାନ । ଉଡାନ-୩ ଯୋଜନା ଆଜିଠାରୁ ନିୟମିତ ଉଡାଣ ହେବ । ସେହିପରି ଝାରୁସୁଗୁଡା- ରାୟପୁର ମଧ୍ୟରେ ବିମାନସେବା ଆରମ୍ଭ ହେବ । ଏହି ଦୁଇ ସ୍ଥାନକୁ ଉଡାଣ ଅନୁମତି ପାଇଥିବା ଏୟାର ଇଣ୍ଡିଆର ସହଯୋଗୀ ସଂସ୍ଥା ଏଲାଏନ୍ସ ଏୟାର ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି ।
୨ ମାସ ତଳୁ ଦିଲ୍ଲୀ, କୋଲକାତା ଓ ହାଇଦ୍ରାବାଦକୁ ସ୍ପାଇସଜେଟ ପକ୍ଷରୁ ବିମାନ ଚଳାଚଳ ଆରମ୍ଭ ହୋଇସାରିଛି। ଏୟାର ଅଥୋରିଟି ଇଣ୍ଡିଆ ପକ୍ଷରୁ ଗତ ଜୁନ ୧ ତାରିଖରୁ ଭୁବନେଶ୍ବର ଏବଂ ରାୟପୁରକୁ ବିମାନସେବା ଆରମ୍ଭ ହେବା ପାଇଁ ସମସ୍ତ ପ୍ରସ୍ତୁତି ସାରିଥିଲା । ଆନିର୍ବାର୍ୟ୍ୟ କାରଣ ପାଇଁ ଏହା ୫ ତାରିଖରୁ ଆରମ୍ଭ ହେବ ବୋଲି ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ନିର୍ଦ୍ଦେଶକ କହିଛନ୍ତି ।