Odia News Portal

ଜୁନ ୨୫ରୁ ବିଧାନସଭା ବଜେଟ ଅଧିବେଶନ

ଭୁବନେଶ୍ବର()  ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ ଆସନ୍ତା ୨୫ ତାରଖ ଠାରୁ ଆରମ୍ଭ ହେବ । ଏବଂ ଏହା ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନ ରାଜ୍ୟପାଳ ବିଧାନସଭା ଅଧିବେଶନକୁ ଉଦଘାଟନ କରି ଅଭିଭାଷଣ ଦେବେ । ଏହି ଅଧିବେଶନ ୨ଟି ପର୍ଯ୍ୟାୟରେ ଚାଲିବ । ଏଥିରେ ମୋଟ ୩୦ଟି କାର୍ଯ୍ୟ ଦିବସ ରଖାଯାଇଛି । ଜୁନ ୨୮ରେ ୨୦୧୯-୨୦୨୦ଆର୍ଥିକ ବର୍ଷ ପାଇଁ ଗୃହରେ ବଜେଟ ଉପସ୍ଥାପନ କରାଯିବ । ତାସହ ଜୁଲାଇ ୧ ଓ ୨ରେ ବଜେଟ୍ ଉପରେ ଆଲୋଚନା ହେବ। ଏହାପରେ ଜୁଲାଇ ୩ରୁ ୧୧ ଯାଏ ବିଧାନସଭା ଛୁଟି ରହିବ। ଜୁଲାଇ ୧୨ରେ ବିଭାନ୍ନ ବିଭାଗର ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପନ ହେବ। ଅଗଷ୍ଟ ୬ରେ ପ୍ରାଇଭେଟ୍ ମେମ୍ବର ବିଲ୍ ଆସିବ ଓ ୮ ତାରିଖରେ ଏହା ଉପରେ ଆଲୋଚନା ପରେ ବିଧାନସଭା ଅଧିବେଶନ ଶେଷ ହେବ।