Odia News Portal

ସଂସଦରେ କାର୍ୟ୍ୟ ସମ୍ଭାଳିବା ପାଇଁ ପ୍ରତିନିଧି ନିଯୁକ୍ତି କଲେ ଏହି ସାଂସଦ

ନୂଆଦିଲ୍ଲୀ ()   ସାଂସଦ ପାଲଟିଥିବା ଅଭିନେତା ଟର୍ଣ୍ଣଡ୍ ରାଜନେତା ସନ୍ନି ଦେଓଲ ଗୁରୁଦାସପୁର ସଂସଦୀୟ କ୍ଷେତ୍ରରୁ ବିଜୟ ଲାଭ କରିବା ପରେ ସଂସଦରେ ତାଙ୍କ କାର୍ୟ୍ୟ ସମ୍ଭାଳିବା ପାଇଁ ଜଣେ ପ୍ରତିନିଧ୍ୱିଙ୍କୁ ନିଯୁକ୍ତି ଦେଇଛନ୍ତି।

ଗୁରୁତ୍ୱପୂର୍ଣ୍ଣ ବୈଠକମାନଙ୍କରେ ଉପସ୍ଥିତ ରହି ଦାୟିତ୍ୱ ବହନ କରିବା ପାଇଁ ସନ୍ନି ଦେଓଲ ତାଙ୍କର ଜଣେ ପ୍ରତିନିଧିଙ୍କୁ ନିଯୁକ୍ତି ଦେବା କଥା ଏକ ଆନୁଷ୍ଠାନିକ ପତ୍ର ଜରିଆରେ ଘୋଷଣା କରିଛନ୍ତି।

ସୂଚନାଅନୁସାରେ : ଦେଓଲଙ୍କର ଏହି ପ୍ରତିନିଧି ସରକାରୀ ଗାଡ଼ି ବ୍ୟବହାର କରିବା ଆରମ୍ଭ କରି ସାରିଲେଣି। ଖାଲି ସେତିକି ନୁହେଁ, ସେ ସଂସଦରେ ଜଣେ ସାଂସଦର ଦାୟିତ୍ୱ ବି ଗ୍ରହଣ କରି ସାରିଲେଣି। ପ୍ରତିନିଧିଙ୍କୁ ନିଯୁକ୍ତି ଦେବା ପରେ ସାଂସଦ ଦେଓଲ ଆଜି ସଂସଦରେ ଅନୁପସ୍ଥିତ ରହିଥିବା ସୂଚନା ରହିଛି।

ଦେଓଲଙ୍କର ଏହି ପ୍ରତିନିଧି ସରକାରୀ ଗାଡ଼ି ବ୍ୟବହାର କରିବା ଆରମ୍ଭ କରି ସାରିଲେଣି। ଖାଲି ସେତିକି ନୁହେଁ, ସେ ସଂସଦରେ ଜଣେ ସାଂସଦର ଦାୟିତ୍ୱ ବି ଗ୍ରହଣ କରି ସାରିଲେଣି। ପ୍ରତିନିଧିଙ୍କୁ ନିଯୁକ୍ତି ଦେବା ପରେ ସାଂସଦ ଦେଓଲ ଆଜି ସଂସଦରେ ଅନୁପସ୍ଥିତ ରହିଥିବା ସୂଚନା ରହିଛି।