ବଲିଉଡ ଅଭିନେତ୍ରୀ ସନି ଲିୟନିଙ୍କ ଚାହିଦା ବଢ଼ିବାରେ ଲାଗିଛି | ବଲିଉଡ ଜଗତରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି | ନିକଟରେ ନିଜ ଇନ୍ସଟାଗ୍ରାମରେ ଦୁଇଟି ମତ୍ସ୍ୟକନ୍ୟା ସାଜିଥିବା ଫଟୋ ସେୟାର କରିଛନ୍ତି ସନି |ଏହି ଫଟୋକୁ ପ୍ରଶଂସକମାନେ ଖୁବ ପସନ୍ଦ ମଧ୍ୟ କରିଛନ୍ତି | ସୁଦୃଶ୍ୟ ଜଳପ୍ରପାତ ସାମ୍ନାରେ ସନି ଏହି ଫଟୋସୁଟ କରିଥିବାବେଳେ ଫ୍ୟାନ୍ସମାନେ କମେଣ୍ଟ ଦେବାରେ ଲାଗିଛନ୍ତି |
ଜଣେ ପ୍ରଶଂସକ ଲେଖିଛନ୍ତି ଯେ ସେ କେବେ ବି ମତ୍ସ୍ୟକନ୍ୟା ଦେଖିନାହାନ୍ତି କିନ୍ତୁ ତାଙ୍କୁ ଲାଗୁଛି ସନି ମତ୍ସ୍ୟକନ୍ୟାଠାରୁ ବି ଢେର ସୁନ୍ଦର | ବର୍ତ୍ତମାନ ସନି ଟିଭି ସୋ ସପ୍ଲିଟଭିଲାରେ ବ୍ୟସ୍ତ ଥିବାବେଳେ ଖୁବ ଶୀଘ୍ର ଫିଲ୍ମ ‘ଅର୍ଜୁନ ପଟିଆଲା’ ରେ ନଜର ଆସିବେ |