Odia News Portal

ବଦଳିବେ ପୋଲିସ ଡିଜିପି

ଭୁବନେଶ୍ବର()  ପୁଲିସ ଡିଜି ଡଃ ଶର୍ମାଙ୍କ ଓଡ଼ିଶା ଲୋକାୟୁକ୍ତ ସଦସ୍ୟ ଭାବେ ଚୟନକୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଅନୁମୋଦନ କରିସାରିଛନ୍ତି। ଲୋକାୟୁକ୍ତ ସଦସ୍ୟ ପାଇଁ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ନାଁ ସୁପାରିଶ କରିଥିଲେ ରାଜ୍ୟ ସରକାର । ଶର୍ମା ଲୋକାଯୁକ୍ତ ସଦସ୍ୟ ହେଉଥିବାରୁ ରାଜ୍ୟର ପୋଲିସ ଡିଜି ବଦଳିବେ। ଖୁବ୍ ଶୀଘ୍ର ରାଜ୍ୟରେ ନୂଆ ଡିଜିପି ନିଯୁକ୍ତି କରାଯିବା ସ୍ପଷ୍ଟ ହୋଇଛି।

ତେବେ ଗତ ୨୦୧୭ ଅଗଷ୍ଟ ମାସ ୩୧ ତାରିଖରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଥିଲେ ରାଜେନ୍ଦ୍ର ପ୍ରସାଦ ଶର୍ମା ।