Odia News Portal

ଟକ୍ନୋଲୋଜି ଉପରେ ଗୁରୁତ୍ୱ ଦେବି : ବିଜୟ

କଟକ()  ରାଜ୍ୟ ପୋଲିସ ଡିଜି ଭାବେ ଦାୟିତ୍ୱ ନେଲେ ବିଜୟ କୁମାର ଶର୍ମା । ସେ ଆଜି ବିଦ୍ଧିବଧଭାବେ ଦାୟିତ୍ୱ ନେଇଛନ୍ତି । ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସ୍ଥାନରେ ବିଜୟ ଶର୍ମା ଅତିରିକ୍ତ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଜେନ୍ଦ୍ର ଶର୍ମାଙ୍କୁ ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି । ବିଜୟ କୁମାର ଶର୍ମା ୧୯୮୬ ବ୍ୟାଚର ଜଣେ ବରିଷ୍ଠ ଆଇପିଏସ ଅଫିସର ।

ଦାୟିତ୍ୱ ଗ୍ରହଣ ପରେ ସେ କହିଛନ୍ତି, ପୋଲିସ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ । ପୋଲିସ ଉପରେ ସାଧାରଣ ଲୋକଙ୍କ ଭରସା । ତେଣୁ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ରଖିବା ଓ ଅପରାଧ ନିୟନ୍ତ୍ରଣ ମୁଖ୍ୟ ଲକ୍ଷ୍ୟ ରହିଛି । ଏହା ସହିତ ମାଓବାଦୀ ଦମନ ଦ୍ୱାରା ମାଓ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ବିକାଶ ତ୍ୱରାନ୍ୱିତ ହୋଇପାରିବ ବୋଲି ସେ କହିଛନ୍ତି । ପୋଲିସ ଷ୍ଟେସନ ହେଉଛି ପୋଲିସର ପ୍ରାଣବିନ୍ଦୁ । ଆଗାମୀ ଦିନରେ ଥାନାର ସ୍ୱଚ୍ଛତା ଆଣିବା ଲକ୍ଷ୍ୟ । ତେଣୁ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ରଖିବା ଓ ଅପରାଧ ନିୟନ୍ତ୍ରଣ ମୁଖ୍ୟ ଲକ୍ଷ୍ୟ ରହିଛି । ଏହା ସହିତ ମାଓବାଦୀ ଦମନ ଦ୍ୱାରା ମାଓ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ବିକାଶ ତ୍ୱରାନ୍ୱିତ ହୋଇପାରିବ ବୋଲି ସେ କହିଛନ୍ତି । ପୋଲିସ ଷ୍ଟେସନ ହେଉଛି ପୋଲିସର ପ୍ରାଣବିନ୍ଦୁ । ଆଗାମୀ ଦିନରେ ଥାନାର ସ୍ୱଚ୍ଛତା ଆଣିବା ଲକ୍ଷ୍ୟ ।