Odia News Portal

ବ୍ରିଟିଶ ପରମ୍ପରା ଗାର୍ଡ ଅଫ ଅନର ବ୍ୟବସ୍ଥା ଉଚ୍ଛେଦ

ଭୁବନେଶ୍ୱର () ରାଜ୍ୟରେ ଗାର୍ଡ ଅଫ ଅନର ବ୍ୟବସ୍ଥାର ଉଚ୍ଛେଦ ହେଲା । ଆଜିଠାରୁ ଏହି ବ୍ରିଟିଶ ପରମ୍ପରାର ଉଚ୍ଛେଦ କରାଗଲା । ଏହି ବ୍ୟବସ୍ଥାର ଉଚ୍ଛେଦ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନିର୍ଦେଶ ଦେଇଛନ୍ତି । ଏଣିକି କେବଳ ସାଧାରଣତନ୍ତ୍ର ଦିବସ, ସ୍ବାଧୀନତା ଦିବସ ଏବଂ ଉତ୍କଳ ଦିବସ ପାଳନ ଅବସରରେ ନିମନ୍ତ୍ରିତ ଅତିଥିଙ୍କୁ ଗାର୍ଡ ଅଫ ଅନର ଦିଆଯାଇପାରିବ । ତେବେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ଲୋକାଅୟୁକ୍ତ, ସୁପ୍ରିମ କୋର୍ଟ ଓ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତିଙ୍କ କ୍ଷେତ୍ରରେ ଏହା ପୂର୍ବଭଳି କାର୍ଯ୍ୟକାରୀ ହେବ ।

ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ଏବଂ ସରକାରୀ ପଦାଧିକାରୀ ମାନଙ୍କୁ ଆଗରୁ ଦିଆଯାଉଥିବା ଗାର୍ଡ ଅଫ ଅନର, ହାଉସ ଗାର୍ଡ ବ୍ୟବସ୍ଥା ଏହି ନିର୍ଦେଶ ଦ୍ୱାରା ଉଚ୍ଛେଦ କରାଗଲା । ପୂର୍ବରୁ ମୁଖ୍ୟମନ୍ତ୍ରୀ ତାଙ୍କ ସରକାରୀ ଗାଡିରୁ ନାଲିବତୀ ପ୍ରଥମେ ହଟାଇ ଏକ ଉଦାହରଣ ସୃଷ୍ଟି କରିଥିଲେ ।