Odia News Portal

ଏଣିକି ସ୍ବାଧୀନତା ସଂଗ୍ରାମୀ “ମାନ୍ୟବର” ବୋଲି ସମ୍ବୋଧନ କରାଯିବ

ଭୁବନେଶ୍ବର () ମହାତ୍ମା ଗାନ୍ଧୀଙ୍କ ଜନ୍ମ ଶତବାର୍ଷିକି ଅବସରରେ ପାଳିତ ହେଉଥିବା ସ୍ବାଧୀନତା ଦିବସରେ ଦେଶ ସ୍ବାଧୀନତାରେ ବଳିଦାନ ଦେଇଥିବା ସଂଗ୍ରାମୀଙ୍କୁ ସମ୍ମାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ସ୍ବାଧୀନତା ସଂଗ୍ରାମୀ “ମାନ୍ୟବର” ବୋଲି ସମ୍ବୋଧନ କରାଯିବ । ସ୍ବାଧୀନତା ସଂଗ୍ରାମରେ ସେମାନଙ୍କ ମହନୀୟ ଅବଦାନକୁ ସମ୍ମାନ ଜଣାଇ ରାଜ୍ୟ ସରକାର ସ୍ବାଧୀନତା ସଂଗ୍ରାମୀଙ୍କୁ ସଭାସମିତିରେ ସମ୍ବୋଧନ କରିବା ସମୟରେ “ମାନ୍ୟବର” ବୋଲି ସମ୍ବୋଧନ କରାଯିବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନିର୍ଦେଶ ଦେଇଛନ୍ତି । ଏଣିକି ଉଚ୍ଚ ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତି ବିଶେଷ ଓ ସ୍ବାଧୀନତା ସଂଗ୍ରାମୀଙ୍କୁ ହିଁ କେବଳ ମାନ୍ୟବର ବୋଲି ସମ୍ବୋଧନ କରାଯିବ ।