ଭୁବନେଶ୍ୱର() ଆଜି ରାଜ୍ୟ ସରକାରଙ୍କ ଉଚ୍ଚ ପଦସ୍ତ ଆଇଏଏସ ଅଫିସର ମହଲରେ ପୁଣି କେତେକ ଅଦଳବଦଳ କରାଯାଇଛି । ସରକାରୀ ଚାକିରିରୁ ଅବସର ନେବା ପାଇଁ ଇସ୍ତଫା ଦେଇଥିବା ଗଗନ ଧଳଙ୍କୁ ଓଏଫଡିସିର ଅଧକ୍ଷ ଭାବେ ସରକାର ନିଯୁକ୍ତି ଦେଇଛନ୍ତି । କିନ୍ତୁ ସେ ତାଙ୍କ ପଦବିରେ ଯୋଗ ଦେବେ କି ନାହିଁ ତାହା ଜଣାପଡିନାହିଁ । ତେବେ ଗୃହ ସଚିବ ଦାୟୀତ୍ୱରେ ଥିବା ଉନ୍ନୟନ କିମଶନର ଅସିତ ତି୍ରପାଠୀ ମୁଖ୍ୟ ଶାସନ ସଚିବ ହେବା ପରେ ଶିଳ୍ପ ସଚିବ ସଂଜିବ ଚୋପ୍ରାଙ୍କୁ ଅତିରିକ୍ତ ଭାବେ ଗୃହ ବିଭାଗ ସଚିବ ଦାୟୀତ୍ୱ ଦିଆଯାଇଛି । ଜଙ୍ଗଲ ବିଭାଗ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଉନ୍ନୟନ କମିଶନର ଭାବେ ଅବସ୍ଥାପିତ ହୋଇଛନ୍ତି । ଏଥିସହିତ ସେ ଯୋଜନା ଓ ସଂଯୋଜନା ବିଭାଗ ଦାୟୀତ୍ୱରେ ମଧ୍ୟ ରହିବେ । କେବିକେ ମୁଖ୍ୟ ପ୍ରଶାସକ ଭାବେ ଏସପି ଠାକୁରଙ୍କୁ ନିଯୁକ୍ତ ଦିଆଯାଇଥିବା ବେଳେ ପ୍ରଦୀପ୍ତ ମହାପାତ୍ରଙ୍କୁ କୃଷି ଉପôାଦନ କମିଶନର ଭାବେ ନିଯୁକ୍ତି ମିଳିଛି । ଏଥିସହ ସେ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଦାୟୀତ୍ୱ ତୁଲାଇବେ । ଏଥିସହ ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ମୋନା ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଦାୟୀତ୍ୱ ଦିଆଯାଇଛି ।
