Odia News Portal

୨୨ବର୍ଷ ସାନ ଯୁବତୀଙ୍କୁ ଡେଟ କରୁଛନ୍ତି ଏହି ଅଭିନେତା

ଅଭିନେତା ଓ ପ୍ରଯୋଜକ ଅରବାଜ ଖାନ ନିଜ କ୍ୟାରିଅର ଅଭିନୟ କରି ଆରମ୍ଭ କରିଥିଲେ। ଦରାର ଫିଲ୍ମରେ ଅଭିନୟ କରି ବଲିଉଡରେ ପାଦ ଦେଇଥିଲେ ଅରବାଜ। ନିଜ ପ୍ରଥମ ଫିଲ୍ମ ପାଇଁ ଫିଲ୍ମଫେୟାର ତାଙ୍କୁ ବେଷ୍ଟ ନେଗେଟିଭ ରୋଲ୍ର ଆୱାର୍ଡ ମଧ୍ୟ ଦେଇଥିଲା।

୧୯୯୮ ମସିହାରେ ମଲାଇକା ଅରୋଡା ଓ ଅରବାଜ ବିବାହ କରିଥିଲେ। ବିବାହର ୧୮ ବର୍ଷ ପରେ ୨୦୧୬ ମସିହାରେ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଛି । ମଲାଇକା ଏବେ ଅଭିନେତା ଅର୍ଜୁନ କପୁରଙ୍କୁ ଡେଟ୍ କରୁଥିବା ବେଳେ ଅରବାଜ ମଧ୍ୟ ନିଜ ନୂଆ ପ୍ରେମିକଙ୍କ ସହ ନଜର ଆସୁଛନ୍ତି।

ଅରବାଜ ଖାନ ଏବେ ଇଟାଲିୟାନ ମଡେଲ ଜର୍ଜିୟା ଏଣ୍ଡ୍ରିୟାନୀଙ୍କୁ ଡେଟ୍ କରୁଛନ୍ତି।ଜର୍ଜିୟା ଅରବାଜ ଖାନଙ୍କଠାରୁ ୨୨ ବର୍ଷ ସାନ। ଉଭୟଙ୍କୁ ଅନେକଥର ଏକା ସହ ବୁଲାବୁଲି କରିବାର ସ୍ପଟ୍ କରାଯାଇଛି। ୨୯ ବର୍ଷ ବୟସ୍କା ଜର୍ଜିୟା ଜଣେ ଫେମସ ଇଟାଲିୟାନ ମଡେଲ। ଏବେ ଉଭୟଙ୍କ ବିବାହ ନେଇ ବେଶ ଚର୍ଚ୍ଚା ଚାଲିଛି। ଖୁବ ଶୀଘ୍ର ଦୁହେଁ ବିବାହ ବନ୍ଧନରେ ବାନ୍ଧିହେବେ ବୋଲି ଶୁଣାଯାଉଛି।