ମୁମ୍ବାଇ () ଅନେକ ସମୟରେ ମହେଶ ଭଟ୍ଟ ପୋଷ୍ଟ କରୁଥିବା ଫଟୋ ଗୁଡିକରେ ତାଙ୍କ ମା, ବାପା,ପତ୍ନୀ, ଝିଅ ଓ ଭଉଣୀ ନଜର ଆସନ୍ତି। ହେଲେ ମହେଶଙ୍କ ପୁଅ କୌଣସି ପୋଷ୍ଟରେ ନଥାନ୍ତି । ମହେଶଙ୍କ ରାହୁଲ ଭଟ୍ଟ ନାମକ ଜଣେ ପୁଅ ମଧ୍ୟ ଅଛନ୍ତି।
ମହେଶ ଭଟ୍ଟ ୨ ଥର ବିବାହ କରିଥିଲେ। ପ୍ରଥମେ ସେ ଲୋରେନ୍ ବ୍ରାଇଟ୍ଙ୍କୁ ବିବାହ କରିଥିଲେ ଯିଏ ଏବେ କିରନ ଭଟ୍ଟ ନାଁରେ ପରିଚିତ। ମହେଶ ଭଟ୍ଟ ଓ କିରନ ଭଟ୍ଟଙ୍କର ୨ଟି ସନ୍ତାନ ଅଛନ୍ତି। ଜଣଙ୍କ ନାଁ ପୂଜା ଭଟ୍ଟ ଓ ଆଉ ଜଣେ ହେଲେ ରାହୁଲ ଭଟ୍ଟ।
ରାହୁଲଙ୍କର ନିଜ ବାପା ମହେଶ ଭଟ୍ଟଙ୍କ ସହ ଭଲ ସଂପର୍କ ନାହିଁ। ଏବେ ରାହୁଲ ଜଣେ ଫିଟ୍ନେସ ଟ୍ରେନର ଓ ସେ ଭଟ୍ଟ ପରିବାର ସହ ରୁହନ୍ତି ନାହିଁ। କାରଣ ମହେଶ ଭଟ୍ଟ ତାଙ୍କୁ ପସନ୍ଦ କରନ୍ତି ନାହିଁ। ଆମେରିକା ଆତଙ୍କବାଦୀ ଡେଭିଡ ହେଡଲିଙ୍କ ସହ ସମ୍ପର୍କ ଯୋଗୁଁ ସେ ଚର୍ଚ୍ଚାରେ ଥିଲେ।
