୮୦ ଦଶକରେ ଅନେକ ଯୁବତୀ ଥିଲେ ଯେଉଁମାନେ ଆଜିର ଟିମ୍ ଇଣ୍ଡିଆ କ୍ରିକେଟ କୋଚ୍ ରବି ଶାସ୍ତ୍ରୀଙ୍କ ଲାଗି ପାଗଳ ହୋଇ ଉଠୁଥିଲେ। ହେଲେ ରବି ଶାସ୍ତ୍ରୀ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ପ୍ରଥମ ପତ୍ନୀ ଅମୃତା ସିଂହଙ୍କ ପଛରେ ପାଗଳ ଥିଲେ ।
ରବି ଶାସ୍ତ୍ରୀ ଓ ଅମୃତା ସିଂହଙ୍କ ସମ୍ପର୍କ ବଲିଉଡ୍ ସୁପରହିଟ୍ ଫିଲ୍ମ ଭଳି ଚର୍ଚ୍ଚିତ ପ୍ରସଙ୍ଗ ଥିଲା। ଅମୃତା ସିଂହ ଷ୍ଟାଡିୟମରେ ରବି ଶାସ୍ତ୍ରୀଙ୍କୁ ଚିୟର ଅପ୍ କରିବାର ବି ଅନେକ ଥର ଦେଖାଯାଇଛି। ସେତେବେଳେ ଅମୃତାସିଂ ଓ ରବିଶାସ୍ତ୍ରୀଙ୍କ ସମ୍ପର୍କ ଜାତୀୟ ସ୍ତରର ପତ୍ରପତ୍ରିକାରେ କଭର ପେଜ୍ ବି ହୋଇଥିଲା। କୁହାଯାଏ ଏହି ମ୍ୟାଗଜିନ କଭରପେଜ୍ ଫଟୋ ଯୋଗୁ ଉଭୟ ସେମାନଙ୍କ ସମ୍ପର୍କକୁ ଅଫିସିଆଲ କରିଥିଲେ। ଉଭୟଙ୍କ ସମ୍ପର୍କ ଆଗକୁ ବଢିବା ସହ ୧୯୮୬ ମସିହାରେ ବିବାହ ନିମନ୍ତେ ଉଭୟ ଏନଗେଜମଣ୍ଟ ମଧ୍ୟ କରିଥିଲେ।
ହେଲେ ବିଚାରଧାରାରେ ଥିବା ପାର୍ଥକ୍ୟ ହିଁ ସେମାନଙ୍କୁ ଏକାଠି କରାଇ ପାରିନଥିଲା। ଶେଷରେ ରବି ୧୯୯୦ ମସିହାରେ ଋତୁଙ୍କୁ ବିବାହ କରି ଘର ଶଂସାର କରିଥିଲେ।ରବି କହିଥିଲେ ମୋ ପତ୍ନୀଙ୍କ ପ୍ରାଥମିକତା ଘର ଓ ପରିବାର ହେବା ଦରକାର। ସେପଟେ ଅମୃତା କହିଥିଲେ କ୍ୟାରିୟର ଲାଗି ମୁଁ ବି ଏହି ସମ୍ପର୍କକୁ ଏବେ ଆଉ ଅଧିକ ଆଗକୁ ବଢେଇ ପାରିବିନି। ତେବେ ମୋର ବିଶ୍ୱାସ ଆଉ କିଛି ବର୍ଷ ପରେ ମୁଁ ଫୁଲଟାଇମ ହାଉସ୍ ୱାଇଫ ଓ ମଦର ନିଶ୍ଚିତ ହୋଇ ପାରିବି। ଫଳରେ ସେମାନଙ୍କ ପ୍ରେମରେ ବ୍ରେକ୍ ଲାଗିଥିଲା। ରବି ଶାସ୍ତ୍ରୀ ଋତୁଙ୍କୁ ବିବାହ କରିବାର ପରବର୍ଷ ଅର୍ଥାତ ୧୯୯୧ ମସିହାରେ ଅମୃତା ବଲିଉଡ୍ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ବିବାହ କରିଥିଲେ।
