Odia News Portal

ମା’ ହେବାକୁ ଯାଉଛନ୍ତି ଦୀପିକା !

ମୁମ୍ବାଇ ()  ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ। ସୂଚନା ଅନୁସାରେ ନିକଟରେ ରଣବୀର ସିଂହ ନିଜର ଇନ୍ଷ୍ଟା ଆକାଉଣ୍ଟରେ ଏକ ଲାଇଭ୍ ସେଶନ୍ ରଖିଥିଲେ। ଏଥିରେ ପ୍ରଶଂସକଙ୍କ ସହ ଦୀପିକା ମଧ୍ୟ କମେଣ୍ଟ ଦେଇ ‘ହାଏ ଡାଡି’ ବୋଲି କହିଥିଲେ। ଏହାପରେ ଅର୍ଜୁନ କପୁର କମେଣ୍ଟରେ ‘ବାବା.. ଭାଉଜ ତୁମକୁ ଏହି ଉପହାର ଦେବେ’ ବୋଲି କହିଥିଲେ। ଏଭଳି କିିଛି କମେଣ୍ଟ ପରେ ଦୀପିକା ମା’ ହେବାକୁ ଯାଉଥିବା ନେଇ ପ୍ରଶଂସକଙ୍କ ମହଲରେ ଚର୍ଚ୍ଚା ହେବାରେ ଲାଗିଛି।ଚଳିତ ବର୍ଷ କାନ୍ସ ଉତ୍ସବରେ ଉଠାଯାଇଥିବା ଏକ ଫଟୋରୁ ଦୀପିକା ଗର୍ଭବତୀ ଥିବା ନେଇ କୁହାଯାଉଥିଲା।