Odia News Portal

ବାତ୍ୟା ଫନି ପାଇଁ ୩,୩୩୮ କୋଟି

ଓଡିଶାକୁ ଫନି ସହାୟତ ଦେଲେ କେନ୍ଦ୍ର ସରକାର । ଓଡିଶାକୁ ୩୩୩୭ କୋଟିର ମିଳିବ ସହାୟତ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚସ୍ତରୀୟ କମିଟି ବୈଠକରେ ଜାତୀୟ ବିପର୍ୟ୍ୟୟ ପାଣ୍ଠି (ଏନଡିଆରଏଫ୍)ରୁ ଫନି ପୁନରୁଦ୍ଧାର ଲାଗି ଓଡ଼ିଶାକୁ ୩୩୩୮.୨୨ କୋଟିର ସହାୟତା ମିଳିବ ବୋଲି ନିଷ୍ପତ୍ତି କରାଯାଇଛି। ଓଡ଼ିଶା ସମେତ ୩ଟି ରାଜ୍ୟ ପାଇଁ ଏହି ସହାୟତା ରାଶି ଘୋଷଣା କରାଯାଇଛି। ତେବେ ସାମୁଦ୍ରିକ ବାତ୍ୟା ଫନିର ପୁନରୁଦ୍ଧାର ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ୫୨୨୭.୬୮ କୋଟିର ସହାୟତା ଲାଗି ଦାବି କରାଯାଇଥିଲା । ଏହାକୁ ବିଚାରକୁ ନେଇ ଆଜି ୩୩୩୮.୨୨ କୋଟିର ସହାୟତା ରାଶି ଘୋଷଣା କରାଯାଇଛି।