Odia News Portal

ବିବାହ ବନ୍ଧନରେ ବାନ୍ଧି ହେବେ ଆଦିତ୍ୟ

ମୁମ୍ବାଇ () ବିବାହ ବନ୍ଧନରେ ବାନ୍ଧି ହେବେକୁ ଯାଉଛନ୍ତି ଅଭିନେତା ଆଦିତ୍ୟ ରୟ କପୁର। ଗର୍ଲଫ୍ରେଣ୍ଡ୍ ଦିଭା ଧାଓ୍ବନଙ୍କ ବିବାହ କରିବାକୁ ଯାଉଛନ୍ତି ଆଦିତ୍ୟ । ଉଭୟଙ୍କ ବିବାହ ୨୦୨୦ ଆରମ୍ଭରେ ଅନୁଷ୍ଠିତ ହେବ। ଏହାପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଦିଭା ଜଣେ ଫ୍ୟାଶନ୍ ଡିଜାଇନର୍। ସେ ନ୍ୟୁୟର୍କରେ ଜନ୍ମ ହୋଇ ସେଠାରେ ରହୁଛନ୍ତି। ତାଙ୍କ ମାତା ପିତା ଭାରତୀୟ। ମାତ୍ର ୧୪ବର୍ଷ ବୟସରୁ ଦିଭା ମଡେଲିଂ କରିବା ଆରମ୍ଭ କରିଥିଲେ। ସେ ଅଭିନେତ୍ରୀ ଲିଜା ହେଡେନଙ୍କ ଜରିଆରେ ଆଦିତ୍ୟଙ୍କୁ ଭେଟିଥିଲେ।