Odia News Portal

ହରିଆଣା ଯୁବତୀଙ୍କୁ ବାହା ହେଲେ ପାକ କ୍ରିକେଟର

ପାକିସ୍ତାନର ବ୍ୟାଟ୍ସମ୍ୟାନ ହସନ ଅଲ୍ଲୀ ଭାରତର ଜଣେ ଝିଅଙ୍କୁ ବିବାହ କରିବା ନେଇ ଚର୍ଚ୍ଚା ଚାଲିଥିଲା। ହେଲେ ଗତ କାଲି ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି। ହରିଆଣା ନୁଁହର ବାସିନ୍ଦା ସାମିୟା ଆରଜୁଙ୍କୁ ବିବାହ କରିଛନ୍ତି ପାକ୍ କ୍ରିକେଟର। ପାକିସ୍ତାନର ପଞ୍ଜାବ ପ୍ରଦେଶ ବାସିନ୍ଦା ହସନ ଓ ଭାରତର ହରିଆଣା ବାସିନ୍ଦା ଦୁବାଇର ଏଟଲାଣ୍ଟିସ ପାମ ଜୁବେରା ପାର୍କ ହୋଟେଲରେ ଅଗଷ୍ଟ ୨୦ ତାରିଖରେ ନିକାହ କରିଛନ୍ତି।ଏହି କାର୍ୟ୍ୟକ୍ରମରେ ଉଭୟ ପରିବାର ଲୋକେ ଉପସ୍ଥିତ ଥିଲେ। ସାମିୟାଙ୍କ ପରିବାର ଲୋକେ ବିବାହର କିଛି ଦିନ ପୂର୍ବରୁ ଦୁବାଇ ପହଞ୍ଚିସାରିଥିଲେ। ବିବାହ ପୂର୍ବରୁ ସାମିୟା ଓ ହସନଙ୍କ ପ୍ରି ୱେଡିଂ ଫଟୋସୁଟ୍ ହୋଇଥିଲା।

କିଛି ଦିନ ମଧ୍ୟରେ ପାକିସ୍ତାନରେ ଉଭୟଙ୍କ ରିସେପଶନ ପାର୍ଟି ହେବ। ବିବାହରେ ଭାରତର ଝିଅ ସାମିୟା ପୂରା ଭାରତୀୟ ପରିଧାନରେ ନିକାହ କରିଥିଲେ। ସେ ଭାରତୀୟ ପାରମ୍ପାରିକ ଡ୍ରେସ ପିନ୍ଧି ବିବାହ କରିଥିଲେ । ଅପରପକ୍ଷରେ ହସନ ପାକିସ୍ତାନୀ ପରିଧାନ ଅର୍ଥାତ ଶେରୱାନି ପିନ୍ଧିଥିଲେ।