Odia News Portal

ଦୁନିଆର ୪ ନମ୍ବର ଧନୀ ହିରୋ ଅକ୍ଷୟ

ମୁମ୍ବାଇ()  ଅକ୍ଷୟ ଫୋବର୍ସ ଦ୍ୱାରା ପ୍ରକାଶ ପାଇଥିବା ସବୁଠାରୁ ଅଧିକ ରୋଜଗାର କରୁଥିବା ଅଭିନେତାଙ୍କ ତାଲିକାର ୪ ନମ୍ବରରେ ରହିଛନ୍ତି ଅକ୍ଷୟ କୁମାର । ଏଥିରେ ଅନ୍ୟ କୌଣସି ବଲିଉଡ଼୍ ଅଭିନେତାଙ୍କର ନାମ ନାହିଁ । ୨୦୧୮ ଜୁନ୍‌ ପହିଲାରୁ ୨୦୧୯ ଜୁନ ପହିଲା ଯାଏଁ ଅକ୍ଷୟଙ୍କ ରୋଜଗାର ୬୫ ମିଲିୟନ୍‌ ଡଲାର ରହିଛି । ଅର୍ଥାତ ୪୬୫ କୋଟି ରହିଛି ।

ଏହି ତାଲିକାରେ ହଲିଉଡ଼୍‌ ଷ୍ଟାର୍‌ ଜ୍ୟାକି ଚୈନ, ଏଡମ୍‌ ସୈଣ୍ଡଲର୍‌, କ୍ରିସ୍‌ ଇବାଂସ, ପଲ୍‌ ଋଡ଼୍‌ଙ୍କ ନାଁ ସାମିଲ ରହିଛି । ଗତ ବର୍ଷ ଏହି ତାଲିକରେ ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌ଙ୍କ ନାଁ ମଧ୍ୟ ରହିଥିଲା । ଯେଉଁଥିରେ ଅକ୍ଷୟ କୁମାର ୭ ନମ୍ବର ଓ ସଲମାନ ୯ ନମ୍ବରରେ ଥିଲେ ।