Odia News Portal

ମାଓ ଦମନ ପାଇଁ ନବୀନଙ୍କ ତିନି ସୁତ୍ର

ନୂଆଦିଲ୍ଲୀ() ଦେଶରେ ମାଓ ଦମନ ପାଇଁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁÂିତ ବୈଠକରେ ଯୋଗ ଦେଇ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଦଫା ଦାବି ଉପରେ ଗୁରୁତ୍ୱ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଓଡିଶାରେ ମାଓ ଦମନ ସମ୍ପର୍କରେ କହିଛଛନ୍ତି ଯେ ମାଓ ଉପଦ୍ରୃତ ଅଂଚଳରେ ଗମନା ଗମନର ସୁବିଧା,ସମ୍ପୃକ୍ତ ଅଂଚଳରେ ଟେଲିଫୋନ ସେବାର ପ୍ରସାର ଏବଂ ବ୍ୟାଙ୍କିଙ୍ଗ ବ୍ୟବସ୍ଥା କରାଯିବା ଅତ୍ୟନ୍ତ ଆବଶ୍ୟକ । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସବୁଠାରୁ ଅଧିକ ମାଓ ଓ ନକ୍ସଲ ଉପଦ୍ରୃତ ଅଂଚଳ ବିଶେଷ କରି ମାଲକାନଗିରିରୁ ନବରଙ୍ଗପୁରକୁ ରେଳ ସଂଯୋଗ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । କେନ୍ଦ୍ର ସରକାର ଏଦିଗରେ କାର୍ଯ୍ୟ ଆରମ୍ଭ କଲେ ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇ ଦେବାକୁ ପ୍ରସ୍ତୁତ ଅଛନ୍ତି ଏବଂ ଆବଶ୍ୟକୀୟ ଅର୍ଥର ଅଧା ବହନ କରିବେ । ଏହା ବ୍ୟତିତ ଏହି ସବୁ ଅଂଚଳରେ ବ୍ୟାଙ୍କ ଓ ଟେଲିଫୋନର ବ୍ୟବସ୍ଥା କରାଯିବାକୁ ମଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି । କେନ୍ଦ୍ର ସରକାର ଏଦିଗରେ ଗୁରୁତ୍ୱ ଦେବେ ବୋଲି ସେ ଆଶାବାଦୀ ଅଛନ୍ତି । ଏହି ବୈଠକରେ ଓଡିଶାରୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଶାସନ ସଚିବ ଅସିତ ତି୍ରପାଠୀ ପୋଲିସ ଡିଜି ବିଜୟ ଶର୍ମା ପ୍ରମୁଖ ଯୋଗ ଦେଇଥିଲେ । ଏହି ବୈଠକରେ ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ ସମେତ ଅନ୍ୟାନ୍ୟ ମାଟ ଉପଦ୍ରୃତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଯୋଗ ଦେଇଥିଲେ ।