Odia News Portal

ଭାଗ ଭାଗ ହେବ ଅମିତାଭଙ୍କ ସମ୍ପତ୍ତି

ନିକଟରେ ଅମିତାଭ ବଚ୍ଚନ ଏକ ସାକ୍ଷାତକାର ଦେଇଛନ୍ତି । ଏହି ସାକ୍ଷାତକାରରେ ତାଙ୍କ ସମ୍ପତ୍ତି ବିଷୟରେ ପଚରାଯିବାରୁ ସେ କହିଥିଲେ ଯେ ମୋ ସମ୍ପତ୍ତି ମୋର ଦୁଇ ପିଲା ଅର୍ଥାତ୍ ଅଭିଷେକ ବଚ୍ଚନ ଏବଂ ଶ୍ବେତା ବଚ୍ଚନ ନନ୍ଦାଙ୍କ ମଧ୍ୟରେ ସମାନ ସମାନଭାବେ ବଣ୍ଟାଯିବ।

ଅମିତାଭ ‘ବେଟି ବଚାଓ ,ବେଟି ପଢ଼ାଓ’ ଅଭିଯାନର ବ୍ରାଣ୍ଡ ଆମ୍ଭାସାଡର ମଧ୍ୟ। ନିକଟରେ ସେ ଦେଇଥିବା ଏକ ସାକ୍ଷାତକାରରେ ଅମିତାଭ ବଚ୍ଚନ କହିଥିଲେ ଯେ ଅଭିଷେକ ତାଙ୍କ ସମ୍ପତ୍ତିର ପୂରା ଅଧିକାରୀ ହେବେ ନାହିଁ। ସେ ନ ରହିଲେ ତାଙ୍କ ସମ୍ପତ୍ତିର ବିଭାଜନ ହେବ। ତାଙ୍କର ଦୁଇ ପିଲାଙ୍କ ମଧ୍ୟରେ ସମ୍ପତ୍ତି ବିଭାଜନ ହେବ।