Odia News Portal

ସର୍ଟଲେସ ଫଟୋ ସେୟାର କରି ଟ୍ରୋଲ ହେଲେ କ୍ରିକେଟର

କ୍ରିକେଟର ବିରାଟ କୋହଲି ସୋସିଆଲ ମିଡିଆରେ ସର୍ଟଲେସ ଫଟୋ ସେୟାର କରିଛନ୍ତି । ଏହାକୁ ନେଇ ଟ୍ରୋଲ କରିବାରେ ଲାଗିଛନ୍ତି କ୍ରିକେଟ ପ୍ରେମୀ । ସୂଚନାଯୋଗ୍ୟ ଯେ, ସାରା ଦେଶରେ ନୂତନ MVA 2019 ଲାଗୁ ହେବାପରେ ଟ୍ରାଫିକ ନିୟମର ଉଲ୍ଲଂଘନକାରୀଙ୍କୁ ମୋଟା ରକମର ତଣ୍ଡ ଗଣିବାକୁ ପଡୁଛି ।

କୋହଲି ନିଜର ଫଟୋ ସେୟାର କରି ଲେଖିଛନ୍ତି, ଯେ ପର୍ୟ୍ୟନ୍ତ ଆମେ ଆମର ଭିତରକୁ ଦେଖିବା, ଆମକୁ କିଛି ବି ବାହାରର ଖୋଜିବାର ଆବଶ୍ୟକତା ନାହିଁ । ଏହି ଫଟୋରେ ବିରାଟ ନିଜର ଦେହକୁ ଦେଖାଇ ଅଳ୍ପ ଅଲୁଅରେ ବସିଥିବା ଦେଖିବାକୁ ମିଳୁଛି ।

ଜଣେ ଟ୍ୱିଟର ୟୁଜର ଲେଖିଛନ୍ତି, “ଟ୍ରାଫିକ ଚାଲାଣ ଭରିବା ପରେ ବିଶ୍ୱର ସବୁଠାରୁ ଧନୀ କ୍ରିକେଟର” ।

ଅନ୍ୟ ଜଣେ ୟୁଜର କହିଛନ୍ତି, “ଏହା ଫଟୋ ସୁଟ ନୁହେଁ ଚିକୁ ଚାଲାଣ ଭରିଛି”